କନକ ବ୍ୟୁରୋ: ସାମ୍ବାଦିକ ବେଶରେ ଆସିଲେ ପୁଲିସ ଓ ମିଡିଆ ପ୍ରତିନିଧିଙ୍କ ଆଗରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ୍ ଓ ତା’ର ଭାଇ ଅସରଫକୁ ଗୁଳି କରିଦେଲେ । ତା’ ପୁଣି ଅତି ନିକଟରୁ ।

Advertisment

ପୋଲିସ ସୁରକ୍ଷା ଭିତରେ ଦୁଇ ଭାଇଙ୍କୁ ପୋଲିସ ଆଣୁଥିଲା, ସେମାନଙ୍କ ହାତରେ ଚେନ୍ ବନ୍ଧା ହୋଇଥିଲା । ଯେହେତୁ ଦୁର୍ଦ୍ଦାନ୍ତ ଅପରାଧୀ ତେଣୁ ଖସିପଳାଇବାର ଭୟ ଥିଲା । ତେଣୁ ୟୁପି ପୋଲିସ ହାତରେ ଚେନ୍ ଲଗାଇ ପ୍ରୟାଗରାଜ ମେଡିକାଲ ଓ କଲେଜକୁ ଚଲାଇ ଚଲାଇ ନେଉଥିଲା । ମିଡିଆ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ଉଭୟ ଆସୁଥିଲେ । ହେଲେ ହଠାତ୍ କେହି ଜଣେ ଆସି ଅତିକ ମୁଣ୍ଡକୁ ପ୍ରଥମେ ଫାଇରିଂ କରିଦେଲା ପରେ ପରେ ତାର ଭାଇ ଅସରଫକୁ । ଏହି ସମୟରେ ୧୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଯାଇଛି । ଦେଖୁ ଦେଖୁ ଦୁଇ ଭାଇ ଘଟଣାସ୍ଥଳରେ ଟଳି ପଡିଲେ ।

ଏ ଘଟଣା ବିଭିନ୍ନ ସମୟରେ ଫିଲ୍ମରେ ଦେଖିବା ଭଳି ଲାଗୁଛି । କିନ୍ତୁ ଏହା ସତରେ ଘଟିଛି । ତାପୁଣି ଉତର ପ୍ରଦେଶରେ । ରାଜ୍ୟରେ ମାଫିଆ ରାଜ ଗୋଟିଏ ବଡ ମୁଦ୍ଦା ହୋଇଥିବା ବେଳେ ଯୋଗୀ ସରକାର ଏ ଦିଗରେ ବଡ ପଦକ୍ଷେପ ନେଉଥିବା ଦାବି କରିଆସୁଛନ୍ତି । ହେଲେ ବିରୋଧୀ ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଦଳ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କଥା କହି ଘେରୁଛନ୍ତି । ଏତେ ସଂଖ୍ୟାରେ ପୋଲିସ ଉପସ୍ଥିତ ଥାଇ କିଭଳି ପୋଲିସ କଷ୍ଟଡିରେ ଥିବା ଦୁଇ ଜଣଙ୍କୁ କେହି ଆସି ମାରିପାରୁଛି ତାକୁ ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ମ୍ରୁଖ୍ୟମନ୍ତ୍ରୀ ଅଶିଳେଶ ଯାଦବ ପ୍ରଶ୍ନ ଉଠାଇଛନ୍ତି ।