ସୁଟର ଦାଦି ନାମରେ ଦେଶରେ ପରିିଚିତ ଚନ୍ଦ୍ରୋ ତୋମରଙ୍କ କରୋନାରେ ଦେହାନ୍ତ । ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା

Advertisment
ସୁଟର ଦାଦି ନାମରେ ଦେଶରେ ପରିିଚିତ ଚନ୍ଦ୍ରୋ ତୋମରଙ୍କ କରୋନାରେ ଦେହାନ୍ତ । ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଜଣାଶୁଣା ସୁଟର୍ ଦାଦି ଚନ୍ଦ୍ରୋ ତୋମାରଙ୍କ କରୋନାରେ ଦେହାନ୍ତ । କରୋନାରେ ସଂକ୍ରମିତ ହେବା ପରେ ସୁଟର ଦାଦି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରାଜ୍ୟ ଓ ଜାତୀୟ ସ୍ତରରେ ବନ୍ଧୁକ ଚଳନାରେ ଦାଦି ଅନେକ ପୁରସ୍କାର ଜିତିଥିଲେ । ସୁଟର ଦାଦି ବାଗପଦ ର ଜୋହାଡୀ ଗାଁ ରେ ବସବାସ କରୁଥିଲେ  । କିଛିଦିନ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମେରଠର ଆନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।
କହିରଖୁ କି ସୁଟର ଦାଦି ଚନ୍ଦ୍ରୋ ତୋମାର ଯେତେବେଳେ ବନ୍ଧୁକ ଚାଳନା ଆରମ୍ଭ କଲେ ସେତେବେଳକୁ ତାଙ୍କୁ ୬୦ ବର୍ଷ ହୋଇଯାଇଥିଲା । ହେଲେ ଏହାପରେ ବି ସେ ଅନେକ ରାଜ୍ୟ ଓ ଜାତୀୟ ସ୍ତରର ଗୁଳି ଚାଳନା ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ । ଏବେ ବି ଦୁନ୍ରିଆର ସବୁଠାରୁ ବୟସ୍କ ବନ୍ଧୁକ ଚାଳକ କ୍ଷେତ୍ରରେ ସୁଟର ଦାଦିଙ୍କ ନାମ ରହିଛି    ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe