ୟୁକ୍ରେନରେ ରୁଷିଆର ମିସାଇଲ ମାଡ଼ । ୧୭ଜଣଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଜେଲେନସ୍କିଙ୍କ ଦାବି

186

କନକ ବ୍ୟୁରୋ : ୟୁକ୍ରେନରେ ରୁଷିଆର ଘମାଘୋଟ ମିସାଇଲ ମାଡ଼ । ଉତର ୟୁକ୍ରେନରେ ଥିବା ଚେର୍ନିହିଭରେ ପୁଟିନ ସେନା ମିସାଇଲ ଆକ୍ରମଣ କରିଛି । ଏହି ଆକ୍ରମଣରେ ୟୁକ୍ରେନର ୧୭ଜଣଙ୍କ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଭଲଦୋମିର ଜେଲେନସ୍କି ଦାବି କରିଛନ୍ତି । ଏହାସହ ଏହି ଆକ୍ରମଣରେ ବଡ଼ ବଡ଼ କୋଠା, ପାର୍କିଂ ଆଦି ସ୍ଥାନ କ୍ଷତିଗ୍ରସ୍ତ ହୋଇଛି ।

ଏଥିରେ ୩ ଶିଶୁଙ୍କ ସହ ୬୦ ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟୁକ୍ରେନ ଉପରେ ରୁଷିଆର ଏହି ମିସାଇଲ ମାଡ଼ ପରେ ପାଶ୍ଚାତ୍ୟ ଦେଶରୁ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।