୪୬ ବର୍ଷ ପରେ ଆସିବ ସୁପରହିଟ୍ ଫିଲ୍ମ ‘ସୋଲେ’ ସିକ୍ୱେଲ : କାହାଣୀର ପରବର୍ତ୍ତୀ ଭାଗ ନିର୍ମାଣ କରିବାକୁ ଯାଉଛନ୍ତି ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର

ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିଷେକ ବଚ୍ଚନ ଓ ବବି ଦେୱଲ

336

କନକ ବ୍ୟୁରୋ : ସୋଲେ ମୁକ୍ତି ଲାଭ କରିବାର ୪୬ ବର୍ଷ ବିତିଗଲାଣି । ଏବେବି ଠାକୁର ବଳଦେବ ସିଂହ ,ଜୟ, ରାଧା,ଇମାମ ସାହେବ,ରାମଲାଲଙ୍କ ପରି ଚରିତ୍ରମାନେ ଦର୍ଶକଙ୍କ ମନରେ ଘର କରି ରହିଛନ୍ତି । ବିଶେଷ କରି ଦର୍ଶକଙ୍କ ଆଖି ସାମନାରେ ନାଚି ଉଠୁଛନ୍ତି ବିର୍ ଓ ବସନ୍ତି ଏଇ ଦୁଇ ଚିତ୍ର । ଏତେ ବର୍ଷ ବିତି ଯାଇଥିବା ପରେବି ଅଭିନେତା ଧର୍ମେନ୍ଦ୍ର ଅର୍ଥାତ ସୋଲେ ସିନେମାର ବୀରୁ ଏଥିରେ ଥିବା କାହାଣି,କଳାକାର ଏବଂ ସୁଟିଂ ସେଟରେ ମିଳିଥିବା ଅନୁଭୁତିକୁ ପାସୋରି ପାରିନାହାନ୍ତି ।

ଏବେ ଧର୍ମେନ୍ଦ୍ର ଶୋଲେ ଚଳଚ୍ଚିତ୍ରର ସିକ୍ୟୁଏଲ୍ ତିଆରି କରିବାକୁ ଯୋଜନା କରିଛନ୍ତି । ଜୟର ଅପ୍ରତ୍ୟାଶିତ ମୃତ୍ୟୁ ପରେ ବୀରୁ,ବସନ୍ତି ରାଧା ରାମଗଡ଼ କାହିଁକି ଯାଆନ୍ତି ? ସେମାନେ ଜୟ ମୃତ୍ୟୁର ପ୍ରତିଶୋଧ ନେବାକୁ ରାମଗଡ଼ ଯାଅନ୍ତି ? ସେତେବେଳକୁ ଜେଲରୁ କଣ ଫେରି ଆସେକି ? ଆସିବା ପରେ ପୁଶି ଗୁଣ୍ଡା ଗର୍ଦି କରେକି ? ନା ଆଉ କେହି ନୁଆ ଡ଼ାକୁର ଅଭ୍ୟୁଦୟ ହୁଏ ? ଏଥିରେ ଅଭିନୟ କରିବାକୁ ଥିବା ଅଭିଷେକ ବଚ୍ଚନ ଓ ବବି ଦେଓଲକୁ ନେଇ ଯେତେବେଳେ ପୁରା ସିନେମା କାହାଣୀ ଗତିଶୀଳ ହେବ ,ନିଶ୍ଚିତ ଭାବେ ଦର୍ଶକଙ୍କୁ ଶୋଲେ ଚଳଚ୍ଚିତ୍ରର ସ୍ୱାଦ ଚଖାଇବ ଆଶା କରାଯାଏ ।

ଯଦି ହିନ୍ଦୀ ସିନେମାକୁ ନେଇ ପୁରାଣ କି ପ୍ରବଚନ ପ୍ରସ୍ତୁତ କରାଯାଏ ତେବେ ଏଥିରୁ ସୋଲେକୁ ବାଦ୍ ଦେଲେ ଏହା ଅସମ୍ପୂର୍ଣ୍ଣ ରହିବ । ୧୯୭୫ ରେ ମୁକ୍ତି ଲାଭ କରିଥିବା ଏହି ଚଳଚ୍ଚିତ୍ର ସେତେବେଳେ ଅସୀମ ଉତ୍କଣ୍ଠା ସୃଷ୍ଟି କରିବା ସହ ଦର୍ଶକଙ୍କ ମନରେ ସୁନ୍ଦର ଘରଟିଏ କରି ପାରିଥିଲା । ଚରିତ୍ର,ସଂଳାପ,ଆକ୍ସନ୍,ସଙ୍ଗିତ ଏପରିକି ଏଥିରେ ଥିବା କିଛି ଦୁଃଖଦ ଓ ବୋମାବର୍ଷି ମୁହୂର୍ତ ଆଜି ମଧ୍ୟ ଦେଖଣାହାରିଙ୍କ ପାଇଁ ଅବିସ୍ମରଣିୟ ହେଇ ରହିଛି ।