ବିଜେପି କାର୍ଯ୍ୟାଳୟରେ ନେତାଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ । ଭାଇରାଲ ହେଲା ଭିଡିଓ, ଜାଣନ୍ତୁ ନେତା ଜଣକ କିଏ? 

227

କନକ ବ୍ୟୁରୋ : ବିଜେପି ନେତାଙ୍କ ଉପରକୁ ଜୋତାମାଡ । ତାହା ବି ପୁଣି ଦଳୀୟ କାର୍ଯ୍ୟାଳୟରେ । ବିଜେପିର ଦଳୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଜେବିଏଲ ନରସିଂହା ରାଓଙ୍କ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ଯୁବକ । ସ୍ୱାଧୀ ପ୍ରଜ୍ଞାଙ୍କୁ ବିଜେପିର ପ୍ରାର୍ଥୀ ଘୋଷଣା ନେଇ ନରସିଂହା ରାଓ ପ୍ରେସମିଟ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ତେବେ ଜୋତା ଫିଙ୍ଗିବାର କିଛି ସମୟ ମଧ୍ୟରେ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲେ ବିଜେପିର କାର୍ଯ୍ୟକର୍ତ୍ତା ।


ମିଳିଥିବା ସୂଚନା ଅନୁଯାୟୀ, ଜୋତା ଫିଙ୍ଗିଥିବା ବ୍ୟକ୍ତି ଜଣକ କାନପୁରର ବୋଲି ଜଣାପଡିଛି । ପ୍ରେସ କନଫରେନ୍ସ ଚାଲୁଥିବା ବେଳେ ଜୋତା ଫିଙ୍ଗିଥିବା ବ୍ୟକ୍ତି ଜଣକ ସବୁଠୁ ଆଗ ଧାଡିରେ ବସିଥିଲେ । କିନ୍ତୁ ପ୍ରେସମିଟ୍ କରିବାର କିଛି ସମୟ ମଧ୍ୟରେ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ଉକ୍ତ ବ୍ୟକ୍ତି । ତେବେ ଜୋତାଟି ଜିବିଏଲ ନରସିଂହା ରାଓଙ୍କ ଦେହରେ ବାଜିନଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ଠାରୁ ଜବତ କରାଯାଇଥିବା ଭିଜିଟିଙ୍ଗ କାର୍ଡ ଅନୁଯାୟୀ ତାଙ୍କ ନାଁ ଶକ୍ତି ଭାର୍ଗବ ବୋଲି ଜଣାପଡିଛି । ଜୋତା ଫିଙ୍ଗିବା ପରେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଜିମା ଦେଇଛନ୍ତି ଲୋକେ । ପୋଲିସ ଏନେଇ ଉକ୍ତ ଯୁବକଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।