ନବରଙ୍ଗପୁରରୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଅଧା ରାସ୍ତାରେ ଶିଶୁକୁ ଜନ୍ମଦେଲେ ମହିଳା, ପ୍ରସୂତୀଙ୍କୁ ନେବାକୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ୪ କିଲୋମିଟର ବାଟ ବୁହାହୋଇ ଗଲାବେଳେ ବାଟରେ ଜନ୍ମ ଦେଲେ ଶିଶୁପୁତ୍ର ।

158

କନକ ବ୍ୟୁରୋ: ନବରଙ୍ଗପୁରରୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଯାହାକୁ ଦେଖିଲେ ଆପଣ ଚିନ୍ତା କରିବେ ରାଜ୍ୟରେ ଏବେ କିପରି ଲୋକଙ୍କୁ ମିଳୁଛି ସ୍ୱାସ୍ଥ୍ୟ ସେବାର ସୁବିଧା । ଅଧା ରାସ୍ତାରେ ଶିଶୁକୁ ଜନ୍ମଦେଲେ ମହିଳା । ପ୍ରସୂତୀଙ୍କୁ ନେବାକୁ ପହଁଚି ପାରିଲାନି ଆଂବୁଲାନ୍ସ । ଏହି ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ଅନ୍ତର୍ଗତ ମାଣ୍ଡା ଡଙ୍ଗରୀ ଗାଁର ଚିତ୍ର । ଗାଁରୁ ଡାକ୍ତରଖାନା ୮ କିଲୋମିଟର ।

ଏପଟେ ବଢି ଚାଲିଥିଲା ଗର୍ଭ ଯନ୍ତ୍ରଣା । ଶେଷରେ ପରିବାର ଓ ଗ୍ରାମବାସୀ ପ୍ରସୂତୀଙ୍କୁ ଖଟିଆରେ ଧରି ବାହାରିଲେ ଡାକ୍ତରଖାନା । ଏମିତି ଖଟିଆରେ ଆସୁ ଆସୁ ଅଧା ବାଟରେ , ସେହି ଖଟିଆ ଉପରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା । ମାଣ୍ଡାଡଙ୍ଗରୀ ଗାଁର ଦୃଶ୍ୟ ରାଜ୍ୟର ଉପାନ୍ତ ଅଂଚଳରେ କେମିତି ପହଁଚୁଛି ଯୋଜନା, ଲୋକେ କିପରି ପାଉଛନ୍ତି ଚିକିତ୍ସା ସେବା ତାହା ସ୍ପଷ୍ଟ କରୁଛି ।

ତେବେ ରାଜ୍ୟରେ ଏବେ ବି ଅନେକ ସ୍ଥାନରେ ଜନନୀ ଯନ୍ତ୍ରଣାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି । ଆଉ ଏହାକୁ ନେଇ ସରକାରଙ୍କ ଉପରେ ଅସହାୟ ଲୋକ ଦୋଷାରୋପ କରୁଥିବାବେଳେ ବିରୋଧୀଙ୍କୁ ମଧ୍ୟ ଏହି ପ୍ରସଙ୍ଗ ସରକାରଙ୍କୁ ଘେରିବା ପାଇଁ ଖୋରାକ ଯୋଗାଇଛି ।