ଉତ୍ତମ ଅଭିଭାବକ ହେବା ପାଇଁ ୟୁଟ୍ୟୁବ ମାଧ୍ୟମରେ ଅନ୍ୟକୁ ଦେଉଥିଲେ ଉପଦେଶ । ଏବେ ନିଜ ପିଲା ଆଣିଲେ ଅତ୍ୟାଚାର ଅଭିଯୋଗ, ଜେଲରେ ୟୁଟ୍ୟୁବର

ଉତ୍ତମ ଅଭିଭାବକ ହେବା ପାଇଁ ୟୁଟ୍ୟୁବ ମାଧ୍ୟମରେ ଅନ୍ୟକୁ ଦେଉଥିଲେ ଉପଦେଶ । ଏବେ ନିଜ ପିଲା ଆଣିଲେ ଅତ୍ୟାଚାର ଅଭିଯୋଗ, ଜେଲରେ ୟୁଟ୍ୟୁବର

କନକ ବ୍ୟୁରୋ : ଆଜିକାଲି ସମସ୍ତେ ୟୁଟ୍ୟୁବ ବା ସୋସିଆଲ ମିଡ଼ିଆର ସାହାଯ୍ୟ ନେଇ ନିଜ ଦକ୍ଷତା ଓ କାର୍ୟ୍ୟ ଶୈଳୀ ଦେଖାଇବା ଏକ ଅଭ୍ୟାସ ହୋଇଗଲାଣି। ଏପରି କରି ଲୋକମାନେ ସହଜରେ ପରିଚିତ ହେବା ସହ ଆରାମରେ ପଇସା ଓ ପ୍ରତିଷ୍ଠା ଅର୍ଜନ କରୁଛନ୍ତି। ଦର୍ଶକ ମାନେ ମଧ୍ୟ ଏସବୁ ଜିନିଷ ଦେଖିବା ସହ ନିର୍ଦ୍ବନ୍ଦରେ ଗ୍ରହଣ ମଧ୍ୟ କରୁଛନ୍ତି। ହେଲେ କମ୍ପ୍ୟୁଟର ପରଦା ପଛରେ ଥାଇ ସମାଜକୁ ପ୍ରଭାବିତ କରୁଥିବା ଲୋକଟି ଯେ ନିଜ ଅସଲ ଜୀବନରେ କେମିତିକା ଆଉ ତାର ସତ୍ୟାସତ୍ୟ କଣ ଏସବୁ ବିଷୟରେ ଲୋକ ମାନେ ଅଗୋଚର।

ମଝିରେ ମଝିରେ ଏମିତି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଠିକ ସେମିତି ଦୃଷ୍ଟାନ୍ତ ହେଉଛନ୍ତି ଆମେରିକାର ଜଣେ ୟୁଟ୍ୟୁବ ଇଂଫ୍ଲୁଏନ୍ସର ରୁବି ଫ୍ରାଙ୍କ।

ସେ ମାତା ପିତାଙ୍କୁ ଶିଶୁର ସଠିକ ଲାଳନ ପାଳନର ଶୈଳୀ ଶିଖାନ୍ତି। କିନ୍ତୁ ସମାଜରେ ଅନ୍ୟକୁ ଶିଶୁଙ୍କ ଦାୟିତ୍ୱ ଶିଖାଉଥିବା ରୁବିଙ୍କୁ ତାଙ୍କ ନିଜ ଶିଶୁଙ୍କ ଉପରେ ଅତ୍ୟାଚାର କରିବା ଅଭିଯୋଗରେ ଗିରଫ କରାଯିବ ସହ ଜେଲ ଦଣ୍ଡ ଦିଆ ଯାଇଛି। ଏପଟେ ଶିଶୁଙ୍କ ଯତ୍ନ ନେବା ପରି ବିଷୟରେ ଲୋକ ମାନଙ୍କୁ ଶିଖାଉଥିବା ଏପରି ଘଟଣାରେ ଜେଲ ଯିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ରୁବି ୟୁଟ୍ୟୁବରେ ନିଜର ଭଲ ଛବି ସୃଷ୍ଟି କରିଥିବା ବେଳେ ନିଜ ଛୁଆ ମାନଂକୁ ଭୋକରେ ରଖି ହଇରାଣ କରିବା ସହ ନାନା ଦୁର୍ବ୍ୟବହାର କରିବାର ଅଭିଯୋଗ ରହିଛି। ରୁବିଙ୍କର ୯ ଓ ୧୧ ବର୍ଷର ଦୁଇ ସନ୍ତାନ ରହିଛନ୍ତି ।

ଆଗ ପରିବାର ବିଷୟରେ ନିଜ ସ୍ୱାମୀ ତଥା ନିଜ ବିଜନେସ ପାର୍ଟନର ସହ ମିଶି ଭିଡିଓ ଓ ଲେଖା ପୋଷ୍ଟ କରୁଥିଲେ। ବିବାହ ବିଛେଦ ପରେ ମଧ୍ୟ ସେ ପ୍ରତିଦିନ ଏହି କାମ ଜାରି ରଖିଥିଲେ। ଏପରି ଭିଡିଓ ପୋଷ୍ଟ କରିବା ସହ ସେ ଜଣେ ଇନଫ୍ଲୁୃଏନ୍ସର ଭାବେ ପରିଚିତ ହୋଇଗଲେ ଓ ତାଙ୍କ ୟୁଟୁବ ଚ୍ୟାନେଲରେ ୨.୫ ମିଲିୟନ ଫଲୋଅର୍ସ ରହିଛନ୍ତି ।

ହେଲେ ଧୀରେ ଧୀରେ ଭିଡିଓରେ ସେ କରୁଥିବା କିଛି ଭୁଲ ବ୍ୟବହାର ଲୋକ ମାନେ ତଥା ଅନ୍ୟ କଣ୍ଟେଣ୍ଟ କ୍ରିଏଟର ମାନେ ଲକ୍ଷ କରିବା ଆରମ୍ଭ କଲେ। ଯେମିତି ଟିଫିନ ନେବାକୁ ଭୁଲି ଯାଇଥିବା ୬ ବର୍ଷର ଝିଅକୁ ଖାଇବା ଦେବାକୁ ମନା କରିଦେବା କିମ୍ବା କିଛି ଭୁଲର ଦଣ୍ଡ ସ୍ୱରୂପ ଖାଇବା ଛାଡଇନେବା ଭଳି ବ୍ୟବହାର ଅତ୍ୟନ୍ତ ଖରାପ ଥିଲା। ଠିକ ବ୍ୟବହାର ଶିଖାଇବା ନାଁ ରେ ଏପରି ଅତ୍ୟାଚାର ଚାଲିଥିଲା।

ଏସବୁ ଦେଖିବା ପରେ ପ୍ରମାଣ ସହ ରୁବିଙ୍କୁ ଦଣ୍ଡ ବିଧାନ କରା ଯାଇଥିଲା। ତେଣୁ ଅନ୍ୟ କଥାରେ ପ୍ରଭାବିତ ହୋଇ ଯେକୌଣସି ନିଷ୍ପତ୍ତି ନେବା ଓ ଖାସ କରି ଅନଲାଇନ ମାଧ୍ୟମ ଉପରେ ଆଖି ବୁଜି ବିଶ୍ୱାସ କରିବା ବର୍ତ୍ତମାନ ସମୟ ପାଇଁ ଆଦୌ ଉଚିତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe