ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରିଲେନି କଟକର ନବମ ଶ୍ରେଣୀ ଛାତ୍ରୀ । ଘରେ କେହି ନଥିବା ବେଳେ ରସି ଲଗେଇ କଲେ ଆତ୍ମହତ୍ୟା, ଥାନାରେ ପରିବାରଲୋକଙ୍କ ଏତଲା, ୩ରୁ୪ଦିନ ହେଲା ଡିପ୍ରେସନରେ ଥିଲେ ଛାତ୍ରୀ ।

2,504

କନକ ବ୍ୟୁରୋ: ସାରା ଦେଶକୁ ଦୋହଲାଇଥିବା ବଲିଉଡ ସେନସେସନ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଯେତେବେଳେ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଆସିଥିଲା, ସେତେବେଳେ ସବୁଠାରୁ ଅଧିକ ମର୍ମାହତ ହୋଇଥିଲେ ସୁଶାନ୍ତଙ୍କ ପ୍ରଶଂସକ । ଆଉ ଏହି ଘଟଣାରୁ ୪ରୁ ୫ଦିନ ମଧ୍ୟରେ ସାରା ଦେଶରେ ସୁଶାନ୍ତଙ୍କ କିଛି ଫ୍ୟାନ ନିରାଶ ହୋଇ ଆତ୍ମହତ୍ୟାକୁ ବାଛି ନେଇଛନ୍ତି । ଓଡିଶାରୁ ମଧ୍ୟ ଆସିଛି ଦୁଃଖଦ ଖବର ।

ତେବେ କଟକ କଲେଜ ଛକରେ ଥିବା ଏହି ଘରେ ଜଣେ ନବନ ଶ୍ରେୀଣୀର ଛାତ୍ରୀ ସୁଶାନ୍ତଙ୍କର ଆତ୍ମହତ୍ୟା ଘଟଣାକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ସୁଶାନ୍ତଙ୍କ ବହୁତ ବଡ ଫ୍ୟାନ ଥିଲେ ଏହି ନବମ ଶ୍ରଣୀର ଛାତ୍ରୀ । ଘରେ ଷ୍ଟଡିରୁମରେ ତାଙ୍କ ଫଟୋ ଲଗାଇଛନ୍ତି ଏବଂ ତାଙ୍କ ସିନେମା ଦେଖନ୍ତି । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରାୟ ୪ ଦିନ ଧରି ସେ ନିରାଶ ରହିଥିଲେ ବୋଲି ପରିବାର ଲୋକେ ଏତଲାରେ ଦର୍ଶାଇଛନ୍ତି । ଗୁରୁବାର ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟାକୁ ବାଛି ନେଇଥିଲେ ।

ଖାଲି ଏହି ଜଣକ ଛାତ୍ରୀ ନୁହନ୍ତି, ଦେଶର ବିଭିନ୍ନ ସ୍ଥାନରେ ସୁଶାନ୍ତ ପାଇଁ ପ୍ରାୟ ୪ଜଣ ଫ୍ୟାନ ଆତ୍ମହତ୍ୟା କରିବାର ଖବର ଆସିଛି । ବଲିଉଡ ତାରକା ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ ନକରିପାରୁଥିବା ତାଙ୍କ ପ୍ରଶଂସକମାନେ ନିଜ ଜୀବନ ହାରି ଦେଉଛନ୍ତି । ତେବେ ଜଣେ ରିଲ୍ ଷ୍ଟାରଙ୍କ ଆତ୍ମହତ୍ୟା ପରେ ଯେଉଁମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସେମାନେ ଆତ୍ମହତ୍ୟା କରିବା କେତେଦୂର ଠିକ୍? ଆମର କେବଳ ଗୋଟିଏ ଅନୁରୋଧ ରହିବ ଯେ, ଥରେ ନିଜ ପରୀବାର କଥା ଚିନ୍ତା କରକି ଦେଖନ୍ତୁ ଆପଣଙ୍କ ଜୀବନ ଆପଣଙ୍କ ପରିବାର ପାଇଁ ମୂଲ୍ୟବାନ ।