ମଦ ଦେଲାନି ବୋଲି ସାଙ୍ଗ ସାଜିଲା ସୈତାନ । ବାହାଘର ଦିନ ଛୁରୀ ଭୁସି ବରକୁ କଲେ ହତ୍ୟା । ଛି ! ମଦ ପାଇଁ ଏ କି ମାନସିକତା...

ମଦ ଦେଲାନି ବୋଲି ସାଙ୍ଗ ସାଜିଲା ସୈତାନ । ବାହାଘର ଦିନ ଛୁରୀ ଭୁସି ବରକୁ କଲେ ହତ୍ୟା । ଛି ! ମଦ ପାଇଁ ଏ କି ମାନସିକତା...

କନକ ବ୍ୟୁରୋ: ମଦ ପାଇଁ ମାରିଦେଲେ ସାଙ୍ଗ । ବାହାଘର ଦିନ ବରକୁ ହତ୍ୟା । ମିଳିଲାନି ମଦ, ମାରିଦେଲେ ସାଙ୍ଗ । ବାହାଘରରେ ମଦ ମଳିଲାନି ବୋଲି ବରକୁ ବିଭତ୍ସ ହତ୍ୟାକଲେ ସାଙ୍ଗ । ବେଦୀରୁ ଉଠିବାର କେଇ ଘଣ୍ଟା ଭିତରେ ବଦଲା ନେଲେ ମଦ୍ୟପ ସାଙ୍ଗ । ମଦ ପିଇବାର ନିଶା ଏତେ ଘାରିଥିଲା ଯେ ସବୁ ହିତାହିତ ଜ୍ଞାନ ଭୁଲି ଶେଷରେ ନୂଆ ବାହା ହୋଇଥିବା ନିଜ ସାଙ୍ଗକୁ ନିର୍ମମ ହତ୍ୟା କଲେ । କାହିଁକି ମଦ ଦେଲୁନି କହି... ବର ଉପରେ ସବୁତକ ରାଗ ସୁଝାଇ ଛୁରୀ ଭୁସି ରକ୍ତର ଖେଳ ଖେଳିଛନ୍ତି ସାଙ୍ଗମାନେ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶ ଆଲିଗଡ ଅଞ୍ଚଳରେ...

ଆଲିଗଡ ପାଲିମୁକିମପୁର ଗାଁର ୨୮ ବର୍ଷୀୟ ଯୁବକ ବବଲୁ । ନିଜ ବାହାଘର ପାଇଁ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲା । ବରଯାତ୍ରୀରେ ଯିବାକୁ ସାଙ୍ଗମାନେ ବବଲୁକୁ ମଦ ମାଗିଥିଲେ । ଆଉ ବାହାଘର ସରିବା ପରେ ସାଙ୍ଗମାନଙ୍କୁ ଭେଟିବାକୁ ଯେତେବେଳେ ବବଲୁ ଯାଇଥିଲା ଠିକ ସେତିକିବେଳେ ସାଙ୍ଗମାନେ ବରକୁ ମଦ ମାଗିଥିଲେ । ସାଙ୍ଗମାନଙ୍କ କଥା ଶୁଣି ମଦ ନଦେବାକୁ ସିଧାସିଧା ମନା କରିଥିଲା ବର । ବାସ୍ ତାପରେ ସାଙ୍ଗମାନଙ୍କ ମୁଣ୍ଡକୁ ପିତ ଚଢି ଯାଇଥିଲା । ମଦ ଦେ.. ନହେଲେ ଜୀବନରୁ ମାରିଦେବୁ କହି ବରକୁ ଧମକ ଦେଇଥିଲେ...

ପୂର୍ବରୁ ମଦ ନିଶାରେ ଚୁର୍ ହୋଇଥିବା ମଦ୍ୟପ ସାଙ୍ଗ ରାଗିପାଚି ପଞ୍ଚମ ହୋଇ ବର ବବଲୁ ସହ ଲଢେଇ କରିଥିଲେ ଆଉ ଏହି ସମୟରେ ନିଶାରେ ଥିବା ଜଣେ ସାଙ୍ଗ ଏକ ଧାରୁଆ ଛୁରୀରେ ବରର ପେଟ, ପିଠି ଓ ଦେହସାରା ଭୁସି ଘାଇଲା କରିଥିଲା । ପରେ ଗୁରୁତର ଅବସ୍ଥାରେ ବରକୁ ମେଡିକାଲ ନେଇଥିଲେ ବି ଶେଷରେ ଆଖି ବୁଜିଥିଲା ବର । ଗୋଟେ ନୂଆ ଜୀବନ ଆରମ୍ଭ କରିବା ଆଗରୁ ସବୁଦିନ ପାଇଁ ଆଖିବୁଜି ଦେଲା ।

ଉତ୍ତର ପ୍ରଦେଶର ଏ ଛାତିଥରା ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଲୋମ ଟାଙ୍କୁରା ଘଟଣାରେ ଏବେବି ଫେରାର ଅଛନ୍ତି ୫ ଜଣ ସାଙ୍ଗ । ଏ ବର୍ବର ଘଟଣାରେ ପୋଲିସ ସବୁ ସୈତାନଙ୍କୁ ବାନ୍ଧି ଜେଲରେ ଭରିଦେବ ସତ କିନ୍ତୁ ଫେରି ଆସିବ କି ବରର ଜୀବନ ? ମଦ ପାଇଁ ଉଜୁଡିଯାଇଥିବା ଗୋଟେ ସଂସାର ସଜାଡି ଯିବ କି ? କେମିତି ବିତୁଥିବ ନୂଆ ବାହା ହୋଇଥିବା ନବବଧୂର ଜୀବନ ? ଏ ଘଟଣାକୁ ଥରେ ହୃଦୟଙ୍ଗମ କରନ୍ତୁ ଆଉ ନିଜକୁ ପ୍ରଶ୍ନ କରନ୍ତୁ, ବାହାଘରରେ ମଦ କଣ ନିହାତି ଦରକାର ? ବିବାହ ଉତ୍ସବରେ ମଦ ପିଇବା କଣ ଆମ ପରମ୍ପରା? ସମାଜର ମଦର ମୂଲ୍ୟ କଣ ଏତେ ଅଧିକା ? ମଦ ଆଗରେ କଣ ଜୀବନର ମାନେ ନାହିଁ ? ସମ୍ପର୍କର ମୂଲ୍ୟ କିଛି ନାହିଁ ? ସବୁ ଖୁସି କଣ ମଦ ଦେଇଦିଏ ? ଏ ପ୍ରଶ୍ନ ସମସ୍ତେ ନିଜକୁ ଥରେ ନୁହେଁ ବାରମ୍ବାର ପଚାରିବା ଉଚିତ । ଉତ୍ତର ପ୍ରଦେଶର ଏ ଘଟଣା ଆଉ କାହା ସହ ନହେଉ, ମଦ ପାଇଁ ଜୀବନ ନଯାଉ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe