ଭାତରେ ବିଷ ଦେଲା ବାପା : ଆର୍ଥିକ ଅଭାବରୁ ସ୍ତ୍ରୀ ସହ ୪ ଛୁଆଁକୁ ଦେଲା ଜହର, ମାଲକାନଗିରିର ମାଥିଲିରୁ ଆସିଲା ଅଭାବନୀୟ ଚିତ୍ର

450

କନକ ବ୍ୟୁରୋ : ଭାତରେ ବାପା ଦେଲା ବିଷ । ଏଭଳି ଅଭାବନୀୟ ଚିତ୍ର ଆସିଛି ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କାଳିଆ ନାୟକଗୁଡା ଗାଁର । ଘଟଣାରେ ୫ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପରିବାରର ମା ସହିତ ୨ ଝିଅ ଓ ୨ ପୁଅ । ଖବର ଅନୁସାରେ, ଗାଁର ନରସିଂହ ମାଝିଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିଲେ ।

ଏହି ସମୟରେ ନରସିଂହ ମଦ୍ୟପ ଅବସ୍ଥାରେ ଆସି କେହି ନ ଦେଖିଲା ଭଳି ଭାତ ଓ ତରକାରୀରେ ବିଷ ମିଶାଇଦେଇଥିଲେ । ଆର୍ଥିକ ଅନଟନ କାରଣରୁ ନରସିଂହ ଏଭଳି କାଣ୍ଡ କରିଥିବା ଜଣାଯାଇଛି । ଅସୁସ୍ଥଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

Comments are closed.