କନକ ବ୍ୟୁରୋ : ଭାତରେ ବାପା ଦେଲା ବିଷ । ଏଭଳି ଅଭାବନୀୟ ଚିତ୍ର ଆସିଛି ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କାଳିଆ ନାୟକଗୁଡା ଗାଁର । ଘଟଣାରେ ୫ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପରିବାରର ମା ସହିତ ୨ ଝିଅ ଓ ୨ ପୁଅ । ଖବର ଅନୁସାରେ, ଗାଁର ନରସିଂହ ମାଝିଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିଲେ ।
ଏହି ସମୟରେ ନରସିଂହ ମଦ୍ୟପ ଅବସ୍ଥାରେ ଆସି କେହି ନ ଦେଖିଲା ଭଳି ଭାତ ଓ ତରକାରୀରେ ବିଷ ମିଶାଇଦେଇଥିଲେ । ଆର୍ଥିକ ଅନଟନ କାରଣରୁ ନରସିଂହ ଏଭଳି କାଣ୍ଡ କରିଥିବା ଜଣାଯାଇଛି । ଅସୁସ୍ଥଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/15-7.jpg)