ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ କେଳେଙ୍କାରୀ : ଅନ୍ୟ ଯୁବତୀଙ୍କୁ ଆଣି ସ୍ତ୍ରୀ ସାମ୍ନାରେ ରଖୁଥିଲେ ଶାରିରୀକ ସମ୍ପର୍କ

1,574

କନକ ବ୍ୟୁରୋ : ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ଯୌନ କେଳେଙ୍କାରୀ । ଘରକୁ ଅନ୍ୟ ଯୁବତୀଙ୍କୁ ଆଣି ସ୍ତ୍ରୀଙ୍କ ସମ୍ମୁଖରେ ଶାରିରୀକ ସଂପର୍କ ରଖୁଥିଲେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ପ୍ରତିଷ୍ଠିତ ଟେକ୍ନୋୱାର୍ଲ୍ଡ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ।

କେବଳ ଏତିକି ନୁହେଁ ଏ ରସିକିଆ ସୈତାନ ସ୍ୱାମୀ, ସ୍ତ୍ରୀର ହାତଗୋଡ ବାନ୍ଧି ମାଡ ମାରି ଗୋଟିଏ ଘରେ ବନ୍ଦ କରି ରଖିଦେଇ ଅନ୍ୟ ଏକ ଘରେ ଯୁବତୀଙ୍କ ସହ ଯୌନ ସଂପର୍କ ରଖୁଥିଲା । ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣଙ୍କୁ ଦ୍ୱିତୀୟ ବିବାହ କରି ଆଣି ଘରେ ରଖିଛନ୍ତି । ବାରମ୍ବାର ଏମିତି ଦେଖି ବିରୋଧ କରିବାରୁ ସ୍ତ୍ରୀକୁ ଶାରିରୀକ ନିର୍ଯାତନା ଦେଉଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ପ୍ରଥମ ସ୍ତ୍ରୀ ପୁଷ୍ପା ମହାନ୍ତ ଅନ୍ୟତ୍ର ରହିବାକୁ ଚାହୁଁଥିଲେ ।

ପୁଷ୍ପା ଅଲଗା ରହିଲେ ସ୍ୱାମୀଙ୍କ ମୁଖା ଖୋଲିଦେବେ, ବାହାରେ ସବୁ ସତ କଥା କହିଦେବେ, ଏହା ସନ୍ଦେହ କରି ପୁଷ୍ପାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ଉମାକାନ୍ତ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ । ପୁଷ୍ପାଙ୍କ ଦେହରେ କିରୋସିନ୍ ଢାଳି ପୋଡେ ଦେବାକୁ ଉଦ୍ୟମ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ରାଇରଙ୍ଗପୁର ଟାଉନ ଥାନା ଅଭିଯୋଗ ହେବା ପରେ ପୁଲିସ ଉମାକାନ୍ତ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ।