କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟରଙ୍କ ନାଁରେ ଅଭିଯୋଗ । ତାଙ୍କର ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଶାରୀରିକ ନିର୍ଯ୍ୟାତନା ସହିତ ଅନ୍ୟ ମହିଳାଙ୍କ ସହିତ ତାଙ୍କର ସଂପର୍କ ଥିବା ନେଇ ଡେପୁଟି କଲେକ୍ଟରଙ୍କ ପତ୍ନୀ ଆଣିଛନ୍ତି ଅଭିଯୋଗ । ଏନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି । ବୌଦ୍ଧ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ଥିବା ଶରତ ବାଗ୍ କୌଣସି କାମରେ ଝାରସୁଗୁଡା ଆସିଥିବା ସମୟରେ ତାଙ୍କର ପତ୍ନୀ ଡୋଳିଆ ଦେବନାଥଙ୍କ ସହିତ ବଚସା ପରେ ଝଗଡା କରିଥିଲେ ।
ଏହା ପରେ ସେ ଓ ତାଙ୍କର ସାଥୀ ମିଶି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଶଳ କ୍ରମେ ସେ ସେଠାରୁ ଖସି ଆସି ଝାରସୁଗୁଡା ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ । ମୌଖିକ ଅଭିଯୋଗ ପରେ ତୁରନ୍ତ ତାଙ୍କର ଜିଲ୍ଲା ଡାକ୍ତରଖାନାକୁ ନେଇ ପରୀକ୍ଷା କରାଯାଇଥିଲା । ଡାକ୍ତରଖାନାରୁ ଫେରିବା ପରେ ସେ ଥାନାରେ ଏତଲା କରିଛନ୍ତି । ଶରତ ବାଗ ଏବଂ ତାଙ୍କର ପତ୍ନୀଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ସେପଟେ ପୁରା ଘଟଣାକୁ ଷଡଯନ୍ତ୍ର ବୋଲି କହିଛନ୍ତି ବୌଦ୍ଧ ଡେପୁଟି କଲେକ୍ଟର । ତଦନ୍ତ ପରେ ସବୁ ପଦାକୁ ଆସିବ ବୋଲି କନକନ୍ୟୁଜକୁ ସେ ପ୍ରତିକ୍ରିୟା ଦେଇଛନ୍ତି ।