ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା : ହୃଦଘାତ ଯୋଗୁଁ ୪୦ବର୍ଷ ବୟସରେ ଦେହାନ୍ତ

865

କନକ ବ୍ୟୁରୋ : ପରଲୋକରେ ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲା । ହୃଦଘାତ ଯୋଗୁଁ ୪୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବିଗବସ୍ ସିଜନ ୧୩ର ବିଜେତା ହୋଇଥିଲେ ସିଦ୍ଧାର୍ଥ । ହୃଦଘାତରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଥିଲେ ସିଦ୍ଧାର୍ଥ । ସିରିୟଲ ବାଲିକା ବଧୁରେ ଆକ୍ଟର ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ସେ ।

ସିଦ୍ଧାର୍ଥଙ୍କ ଅନେକ ପ୍ରଶଂସକ ରହିଛନ୍ତି । ଆଜି ତାଙ୍କର ମୃତ୍ୟୁ ଖବର ଆସିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ଲୋକପ୍ରିୟ ଟେଲି ଅଭିନେତା ଥିଲେ ସିଦ୍ଧାର୍ଥ । ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିଲେ । ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ରେ ସେ ଟିଭିରେ ଡେବ୍ୟୁ କରିଥିଲେ । ୨୦୦୮ରେ ବାବୁଲ କା ଆଙ୍ଗନ ଛୁଟେ ନା ଟିଭି ସିରିୟଲ ରେ ତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ବାଳିକା ବଧୁ ସିରିୟଲ ସିଦ୍ଧାର୍ଥଙ୍କୁ ନୂଆ ପରିଚୟ ଦେଇଥିଲା ।