କନକ ବ୍ୟୁରୋ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ ଦିନିକିଆ ବିଶ୍ୱକପ । ଏହାକୁ ଆୟୋଜନ କରିବ ଭାରତ । ଆଇସିସି ଖୁବଶୀଘ୍ର ବିଶ୍ୱକପର ପୂରା ସୂଚୀ ଜାରି କରିବ । ହେଲେ ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଲାଗିଛି । ସୂଚନା ଅନୁସାରେ ପିସିବି ଆଇସିସି ଓ ବିସିସିଆଇ ପାଖରେ ଏକ ଦାବି ରଖିଥିଲା । ପିସିବି କହିଥିଲା କି, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ପରସ୍ପର ସହ ବଦଳାଇବାକୁ । ହେଲେ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା ଆଇସିସି ଓ ବିସିସିଆଇ ।

Advertisment

ପାକିସ୍ତାନକୁ ଅଷ୍ଟ୍ରେଲିଆ ବିପକ୍ଷରେ ବାଙ୍ଗାଲୋରରେ ମ୍ୟାଚ ଖେଳିବାର ଥିଲା । ଏହାର ଠିକ ପରେ ପାକିସ୍ତାନକୁ ଆଫଗାନିସ୍ତାନ ବିପକ୍ଷରେ ଚେନ୍ନାଇରେ ମ୍ୟାଚ ଖେଳିବାର ଅଛି । ରିପୋର୍ଟ ଅନୁସାରେ ପାକିସ୍ତାନ ଏହି ମ୍ୟାଚକୁ ପରସ୍ପର ସହ ବଦଳାଇବାକୁ ଚାହୁଁଛି । ପିସିବି ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇ ଓ ଆଫଗାନିସ୍ତାନ ବିପକ୍ଷରେ ବାଙ୍ଗାଲୋରରେ ମ୍ୟାଚ ଖେଳିବାକୁ ଚାହୁଁଛି । ହେଲେ ଏଥିରେ ଆଇସିସି, ବିସିସିଆଇ ରାଜି ହୋଇ ନାହାନ୍ତି । ଆଜି ଆଇସିସି, ବିସିସିଆଇ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକ ପରେ ନିଜ ନିଷ୍ପତ୍ତି ବିଷୟରେ ପିସିବିକୁ ଜଣାଇ ଦିଆଯାଇଛି ।

ଚଳିତ ବର୍ଷ ବିଶ୍ୱକପ ଅକ୍ଟୋବର ୫ ତାରିଖରେ ହେବ । ଏହି ମ୍ୟାଚ ଡିପେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ରନର୍ସଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ସେହିପରି ଭାରତୀୟ ଟିମ ତାର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ସହ ଅକ୍ଟୋବର ୮ରେ ଖେଳିବ । ପାକିସ୍ତାନ ତାର ପ୍ରଥମ ମ୍ୟାଚ ଅକ୍ଟୋବର ୬ ତାରିଖରେ କ୍ୱାଲିଫାୟାର ଟିମ ସହ ଖେଳିବ । ସେହିପରି ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ ତାରିଖରେ ହାଇଭୋଲ୍ଟେଜ ମୁକାବିଲା ଖେଳାଯିବ ।