ମୋଦିଙ୍କ ୫ ଟ୍ରିଲିୟନ ଡଲାର ସ୍ୱପ୍ନକୁ ଝଟକା ! ବିଶ୍ୱ ଅର୍ଥନୀତିରେ ଖସିଲା ଭାରତର ସ୍ଥାନ, ଜିଡିପି ରିପୋର୍ଟରେ ସପ୍ତମ ସ୍ଥାନକୁ ଖସିଲା ର‌୍ୟାଙ୍କିଂ ।

220

କନକ ବ୍ୟୁରୋ : ବିଶ୍ୱ ଅର୍ଥନୀତିରେ ଖସିଲା ଭାରତର ସ୍ଥାନ । ସପ୍ତମ ସ୍ଥାନକୁ ଖସିଲା ଭାରତର ର‌୍ୟାଙ୍କିଂ । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ସପ୍ତମ ସ୍ଥାନକୁ ଖସିଆସିଛି ଭାରତ । ଭାରତ ସପ୍ତମ ସ୍ଥାନରେ ରହିଥିବାବେଳେ ବ୍ରିଟେନ, ଫ୍ରାନ୍ସ ପଂଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ଗୋଟିଏ ବର୍ଷରେ ଭାରତ ଏହି ର‌୍ୟାଙ୍କିଂରେ ୨ଟି ସ୍ଥାନ ତଳକୁ ଖସିଛି । ଦେଶକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି କରିବାକୁ କେନ୍ଦ୍ର ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ବେଳେ ବିଶ୍ୱବ୍ୟାଙ୍କର ଏହି ନୂଆ ରିପୋର୍ଟ ମୋଦି ସରକାରକୁ ଝଟକା ଦେଇଛି ।

ଜିଡିପି ର‌୍ୟାଙ୍କିଂରେ ଖସିଲା ଭାରତ । ୫ରୁ ଖସି ୭ମ ସ୍ଥାନରେ ଭାରତର ଅର୍ଥନୀତି । ମୋଦି ସରକାରଙ୍କୁ ବିଶ୍ୱ ବ୍ୟାଙ୍କର ଝଟକା । ବିଶ୍ୱ ଅର୍ଥନୀତିରେ ଖସିଲା ଭାରତର ସ୍ଥାନ । ସପ୍ତମ ସ୍ଥାନକୁ ଖସିଲା ଭାରତର ର‌୍ୟାଙ୍କିଂ । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ସପ୍ତମ ସ୍ଥାନକୁ ଖସିଆସିଛି ଭାରତ । ଆର୍ଥିକ ବର୍ଷ ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କର ଗ୍ରୋଥ୍ ରେଟ୍ ରିପୋର୍ଟ ଅନୁଯାୟୀ ଭାରତ ସପ୍ତମ ସ୍ଥାନରେ ରହିଥିବାବେଳେ ବ୍ରିଟେନ, ଫ୍ରାନ୍ସ ପଂଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।

ଗୋଟିଏ ବର୍ଷରେ ଭାରତ ଏହି ର‌୍ୟାଙ୍କିଂରେ ୨ଟି ସ୍ଥାନ ତଳକୁ ଖସିଛି । ୨୦୧୭ ଆର୍ଥିକ ବର୍ଷରେ ଭାରତ ଫ୍ରାନ୍ସକୁ ପଛରେ ପକାଇବାରେ ସଫଳ ହୋଇଥିଲା । ହେଲେ ଏଥର ଭାରତ ବିଫଳ ହୋଇଛି । ୨୦୧୭ରେ ଭାରତର ଜିଡିପି ହାର ୨.୬୫ ଟ୍ରିଲିୟନ ଡଲାର ରହିଥିଲା । ଭାରତୀୟ ମୂଦ୍ରାର ଉତଥାନ ପତନ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

ଜିଡିପି ମାମଲାରେ ଆମେରିକା ସବୁଠୁ ଆଗରେ ରହିଛି । ୨୦୧୮ରେ ଆମେରିକାର ଜିଡିପି ହାର ୨୦.୫ ଟ୍ରିଲିୟନ ଡଲାର ରହିଛି । ତେବେ ଆମେରିକା ପଛକୁ ରହିଛି ଚୀନ୍ । ୧୩.୬ ଟ୍ରିଲିୟନ ଡଲାର ଜିଡିପି ହାର ସହ ଚୀନ୍ ଦ୍ୱିତୀୟ ସ୍ଥାନ ହାସଲ କରିଛି । ୫ ଟ୍ରିଲିୟନ ଡଲାର ସହ ଜାପାନ ତୃତୀୟ ସ୍ଥାନରେ ରହିଥିବା ବେଳେ ଜର୍ମାନୀ ୪ ଟ୍ରିଲିୟନ ଡଲାର ସହ ଚତୁର୍ଥ ସ୍ଥାନ ବଜାୟ ରଖିଛି । ୨.୮ ଟ୍ରିଲିୟନ ଡଲାର ସହ ବ୍ରିଟେନ ଓ ଫ୍ରାନ୍ସ ପଂଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି । ତେବେ ୨.୭ ଟ୍ରିଲିୟନ ଡଲାର ସହ ତାଲିକାର ସାତ ନମ୍ବରରେ ରହିଛି ଭାରତ ।

ଦେଶକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି କରିବାକୁ କେନ୍ଦ୍ର ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ବେଳେ ବିଶ୍ୱବ୍ୟାଙ୍କର ଏହି ନୂଆ ରିପୋର୍ଟ ମୋଦି ସରକାରଙ୍କୁ ଝଟକା ଦେଇଛି । ତେବେ ବିଶ୍ୱବ୍ୟାଙ୍କ ରିପୋର୍ଟରେ ଭାରତର ଅଭିବୃଦ୍ଧି ହାର ସବୁଠୁ ଆଗରେ ରହିଛି । ୨୦୨୪-୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଭାରତକୁ ୮ ପ୍ରତିଶତ ହାରରେ ବିକାଶ କରିବାକୁ ହେବ ବୋଲି ଇକୋନୋମିକ୍ ସର୍ଭେ ରିପୋର୍ଟ କହିଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଭାରତ ୭ ପ୍ରତିଶତ ହାରରେ ବିକାଶ କରିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ।