କନକ ବ୍ୟୁରୋ : ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଉଭୟଙ୍କ ସଂପର୍କ ଆଉ ପତି-ପତ୍ନୀ ଭଳି ନାହିଁ ବୋଲି କୁହାଯାଉଛି । ଆଉ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଫାଟ ପଛରେ ପାକିସ୍ତାନୀ ଅଭିନେତ୍ରୀ ତଥା ମଡେଲ ଆୟେଶା ଉମରଙ୍କ ନାଁ ସାମ୍ନାକୁ ଆସିଛି । ଆୟେଶା ହେଉଛନ୍ତି ସେହି ବ୍ୟକ୍ତି ଯିଏକି ପାକିସ୍ତାନ ଟିଭି ସିରିଏଲରେ ଜଣେ ଘର ଭଙ୍ଗା ମହିଳା ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଛନ୍ତି । ଆଉ ରିଲ୍ ଲାଇଫର ଅଭିନୟକୁ ରିଏଲ ଲାଇଫରେ ଏଭଳି ଢଙ୍ଗରେ ତୁଲାଇଛନ୍ତି ଯେ ପତ୍ନୀ ହୋଇ ମଧ୍ୟ ସାନିଆ ଏବେ ନାଚାର ।
ସୋଏବ ମଲିକ ଏବଂ ସାନିଆ ମିର୍ଜା ୨୦୧୦ ମସିହାରେ ବିବାହ କରିଥିଲେ । ଏହାପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକଠାକ ଥିଲା । କୁହାଯାଉଛି ଯେ ବର୍ଷକ ପୂର୍ବେ ସୋଏବ ମଲିକ ଆୟେଶା ଉମରଙ୍କ ସହ ଏକ ବୋଲ୍ଡ ଫଟୋସୁଟ କରିଥିଲେ । ସୋଏବ ମଲିକ ଆୟେଶା ଉମରଙ୍କ ସୌନ୍ଦର୍ଯ୍ୟକୁ ଏତେ ପସନ୍ଦ କରିଥିଲେ ଯେ ସେ ସାନିଆ ମିର୍ଜାଙ୍କୁ ଭୁଲି ଯାଇଥିଲେ । ଏହାରି ଭିତରେ ସେ ଏହା ବି ଭୁଲିଯାଇଥିଲେ ଯେ ତାଙ୍କର ପତ୍ନୀ ଓ ପୁଅ ଅଛି । ଆଉ ଏହାପରେ ପରେ ଏ ହେଉଛି ସାନିଆ ମୀର୍ଜା ସୋଶିଆଲ ମିଡିଆରେ କରିଥିବା ପୋଷ୍ଟ । ଯେଉଁଥିରେ ସେ ଲେଖିଛନ୍ତି, ଭାଙ୍ଗିଯାଇଥିବା ହୃଦୟ କୁଆଡେ ଯାଏ? ଆହ୍ଲାଙ୍କୁ ଖୋଜିବା ପାଇଁ?
୨୦୧୦ ମସିହା ଏପ୍ରିଲ ମାସରେ ଏହି ଦୁଇ ଷ୍ଟାର ଦମ୍ପତି ବିବାହ କରିଥିଲେ । ଏମାନଙ୍କର ୪ ବର୍ଷର ପୁଅ ଇଜହାନ ମଧ୍ୟ ରହିଛନ୍ତି । ସୋଏବ ଓ ସାନିଆ ଏବେ ଅଲଗା ଅଲଗା ରହୁଛନ୍ତି । ସେମାନେ କେବଳ ନିଜ ପୁଅକୁ ଭେଟିବାକୁ ବେଳେବେଳେ ଏକାଠି ହେଉଛନ୍ତି । ଏହାବାଦ ଉଭୟଙ୍କ ମଧ୍ୟରେ ଆଉ କୌଣସି ପ୍ରକାରର ସମ୍ପର୍କ ନଥିବା କୁହାଯାଉଛି ।