ତୃତୀୟ ବିବାହ କଲେ କ୍ରିକେଟର ଶୋଏବ୍ ମଲିକ୍ । ଏହି ଅଭିନେତ୍ରୀଙ୍କୁ କଲେ ଜୀବନସାଥୀ । ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ଆସିଛି ଏହି ଖବର ।

3,299

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ୍ ତଥା ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ୍ ମଲିକ୍ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି ଯେତେବେଳେ ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି । ଦ୍ୱିତୀୟ ବିବାହ କରି ଶୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି ।

ବୁଧବାର ସାନିଆ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯାହାକୁ ନେଇ ଶୋଏବଙ୍କ ସହ ତାଙ୍କର ଛାଡପତ୍ର ଖବର ଜୋର ଧରିଥିଲା । ସାନିଆ ପୋଷ୍ଟରେ ଲେଖିଥିଲେ ଯେ, ‘ବିବାହ କଷ୍ଟକର, ତଲାକ୍ (ଛାଡପତ୍ର) ବି କଷ୍ଟକର । ….. ଜୀବନ କେବେବି ସହଜ ନୁହେଁ । ଏହା ସବୁବେଳେ କଷ୍ଟକର ରହିବ । କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ହବ । ତେଣୁ ବୁଦ୍ଧିମାନ ହୋଇ ଜୀବନରେ ସଠିକକୁ ବାଛନ୍ତୁ’ ।

ଶୋଏବ୍ ପ୍ରଥମେ ୨୦୦୨ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ । ତାଙ୍କୁ ଛାଡପତ୍ର ଦେବା ପରେ ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ଏବେ ତାଙ୍କ ସହ ଛାଡପତ୍ର ଖବର ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ତୃତୀୟ ବିବାହ କରିଛନ୍ତି ।