କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ୍ ତଥା ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ୍ ମଲିକ୍ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି ଯେତେବେଳେ ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି । ଦ୍ୱିତୀୟ ବିବାହ କରି ଶୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି ।
ବୁଧବାର ସାନିଆ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯାହାକୁ ନେଇ ଶୋଏବଙ୍କ ସହ ତାଙ୍କର ଛାଡପତ୍ର ଖବର ଜୋର ଧରିଥିଲା । ସାନିଆ ପୋଷ୍ଟରେ ଲେଖିଥିଲେ ଯେ, ‘ବିବାହ କଷ୍ଟକର, ତଲାକ୍ (ଛାଡପତ୍ର) ବି କଷ୍ଟକର । ..... ଜୀବନ କେବେବି ସହଜ ନୁହେଁ । ଏହା ସବୁବେଳେ କଷ୍ଟକର ରହିବ । କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ହବ । ତେଣୁ ବୁଦ୍ଧିମାନ ହୋଇ ଜୀବନରେ ସଠିକକୁ ବାଛନ୍ତୁ’ ।
ଶୋଏବ୍ ପ୍ରଥମେ ୨୦୦୨ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ । ତାଙ୍କୁ ଛାଡପତ୍ର ଦେବା ପରେ ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ଏବେ ତାଙ୍କ ସହ ଛାଡପତ୍ର ଖବର ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ତୃତୀୟ ବିବାହ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/26-23.jpg)