କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବା ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ସୋଏବ ଅଖତର ଓ ହରଭଜନ ସିଂ । ଏହି ମଞ୍ଚରେ ସୋଏବ ଅଖତର ନ୍ୟୁଜିଲାଣ୍ଡ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ଭାରତ-ପାକିସ୍ତାନ ମ୍ୟାଚରେ ଅଧିକ ଚାପରେ ରହିବ ଭାରତ । ହେଲେ ଆମେ ପୂରା ରାଗ ନ୍ୟୁଜିଲାଣ୍ଡ ଉପରେ ସୁଝାଇବୁ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆମେ ଭାରତ ଉପରେ ରାଗ ରଖିନୁ । ଆମ ରାଗ ନ୍ୟୁଜିଲାଣ୍ଡ ଉପରେ । ଆମେ ତାଙ୍କୁ ଜମା ଛାଡିବୁନି । ସେ ଆମ ମ୍ୟାଚକୁ ଗୋଇଠା ମାରି ଚାଲି ଯାଇଥିଲେ । ସେହି ବଦଲା ଆମେ ମୈଦାନରେ ନେବୁ ।
୨୦୨୧ ସେପ୍ଟେମ୍ବର ମାସରେ ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତରେ ଆସିଥିଲା । ବହୁ ବର୍ଷ ପରେ ଏପରି ହୋଇଥିଲା କି କେଉଁ ଟିମ ପାକିସ୍ତାନ ଖେଳିବା ପାଇଁ ଆସିଥିଲେ । ହେଲେ ମ୍ୟାଚ ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ମ୍ୟାଚ ଖେଳିବାକୁ ମନା କରି ଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/1606439812227.jpg)