ଆଇପିଏଲ ସ୍ଥଗିତ ହେବାକୁ ସମର୍ଥନ କଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । କହିଲେ ବିସିସିଆଇ ନେଇଛି ଠିକ ନିଷ୍ପତ୍ତି, ଏବେ ଲୋକଙ୍କ ଜୀବନ ବଂଚାଇବା ବେଶି ଗୁରୁତ୍ୱପୂର୍ଣ୍ଣ ।

Advertisment
ଆଇପିଏଲ ସ୍ଥଗିତ ହେବାକୁ ସମର୍ଥନ କଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । କହିଲେ ବିସିସିଆଇ ନେଇଛି ଠିକ ନିଷ୍ପତ୍ତି, ଏବେ ଲୋକଙ୍କ ଜୀବନ ବଂଚାଇବା ବେଶି ଗୁରୁତ୍ୱପୂର୍ଣ୍ଣ ।

Image Courtesy - cricketpakistan.com.pk

କନକ ବ୍ୟୁରୋ : ଚଳିତବର୍ଷ ଆଇପିଏଲ ସ୍ଥଗିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । ବିସିସିଆଇର ଏହି ନିଷ୍ପତିକୁ ସଠିକ ବୋଲି କହିଛନ୍ତି ସୋଏବ । ଭାରତରେ ଏବେ ଲୋକଙ୍କ ଜୀବନ ରକ୍ଷା ଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ବିସିସିଆଇ ଠିକ୍ ନିଷ୍ପତି ନେଇଛି ବୋଲି ସେ କହିଛନ୍ତି ।

ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ସେ ଗୋଟିଏ ସପ୍ତାହ ପୂର୍ବରୁ କହିଥିଲେ । ଭାରତରେ ଏବେ ଦିନକୁ ୩ ଲକ୍ଷରୁ ୪ ଲକ୍ଷ କେସ୍ ଆସୁଥିବା ବେଳେ ଆଇପିଏଲ ବଦଳରେ କୋଭିଡ ମୁକାବିଲା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe