କନକ ବ୍ୟୁରୋ : ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ତଥା ପେସ୍ ବୋଲର ସୋଏବ୍ ଅଖତରଙ୍କୁ ବଡ ଝଟକା । ଗତ କିଛି ଦିନ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୋଏବଙ୍କ ଉପରେ ଲାଗିଛି ୧୦୦ ମିଲିୟନ୍ ଟଙ୍କାର ଜରିମାନା । ଲାଇଭ୍ ଟିଭି ସୋ’ରେ ‘ପିଟିଭିସି’ର ସ୍ପୋର୍ଟ୍ସ ଆଙ୍କର ସହ ବିବାଦ ପାଇଁ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗିଛି ।
ସୂଚନା ଅନୁଯାୟୀ, ପାକିସ୍ତାନ ଟେଲିଭିଜନ୍ କରପୋରେସନ୍ (ପିଟିଭିସି)ର ଏକ ଲାଇଭ୍ ସୋ’ରେ ସ୍ପୋର୍ଟ୍ସ ରିପୋର୍ଟର ନୈମାନ ନିୟାଜଙ୍କ ସହ ସୋଏବ୍ ଅଖତରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଲାଇଭ୍ ସୋ’ରେ ହିଁ ସୋଏବ୍ ବିବାଦୀୟ ବୟାନ ଦେବା ସହ ଇସ୍ତଫା ଦେବା କଥା ମଧ୍ୟ କହିଥିଲେ । ଯାହାକୁ ନେଇ ପିଟିଭିସି ସୋଏବ୍ ଅଖତରଙ୍କର ୩ମାସର ଦରମା ୩୩,୩୩,୦୦୦ ଟଙ୍କା କାଟିଦେବା ସହ ତାଙ୍କ ଉପରେ ମାନହାନି ମକଦମା ରୁଜୁ କରି ୧୦୦ ମିଲିୟନ ଟଙ୍କାର ଜରିମାନା ଲଗାଇଛି । ଯଦି ସୋଏବ୍ ଜରିମାନାକୁ ପୈଠ ନକରନ୍ତି ତେବେ ଅଦାଲତରେ ସୋଏବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି ପିଟିଭିସି ପକ୍ଷରୁ ଏକ ନୋଟିସ୍ ଜାର କରାଯାଇଛି ।
ସେପଟେ, ଟ୍ୱିଟ୍ କରି ସୋଏବ୍ ଅଖତର ଲେଖିଛନ୍ତି, ମୁଁ ସମ୍ପୁର୍ଣ୍ଣ ନିରାସ... ଯେତେବେଲେ ମୁଁ ପିଟିଭିସି ସହ କାମ କରୁଥିଲେ ସେତେବେଳେ ମୋର ସମ୍ମାନ ଏବଂ ପ୍ରତିଷ୍ଠା ରକ୍ଷା କରିବାରେ ବିଫଳ ହୋଇଛି ପିଟିଭିସି ଆଉ ଏବେ ମୋ ବିରୋଧରେ ନୋଟିସ୍ ଜାରି କରିଛନ୍ତି । ମୁଁ ଜଣେ ଫାଇଟର୍... କେବେ ବି ହାର ମାନିବି ନାହିଁ । ଆଇନ୍ ଅନୁଯାୟୀ ଲଢିବି ।
ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଅଖତରଙ୍କୁ ଶୋ’ର ହୋଷ୍ଟ ନିଆଜ ପଚାରିଥିଲେ ଯେ, କଣ ପାକିସ୍ତାନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି ବୋଲି ଆପଣଙ୍କୁ ଲାଗୁଛି ? ଏହି କଥାକୁ ନେଇ ଅଖତର ଶୋ’ର ପ୍ରୋଟକଲ୍ ଭାଙ୍ଗିବା ସହ ହୋଷ୍ଟଙ୍କ ସହ ଯୁକ୍ତିତର୍କ କରିଥିଲେ । ହୋଷ୍ଟ ଯେତେବେଳେ କହିଥିଲେ କି, ସୋଏବ୍ ଆପଣ ଟିକିଏ ଅସଭ୍ୟ ବ୍ୟବହାର କରୁଛନ୍ତି । ସେତେବେଳେ ଏହି କଥାକୁ ନେଇ ଲାଇଭ୍ ଶୋ’ରେ ଅଖତର ଇସ୍ତଫା ଦେବା କଥା କହି ଶୋ’ ଛାଡି ଚାଲିଯାଇଥିଲେ । ଯାହାକୁ ନେଇ ପିଟିଭିସିର ଅନେକ କ୍ଷତି ହୋଇଛି ବୋଲି ନୋଟିସରେ ଦର୍ଶାଇଛି ପିଟିଭିସି ।
ସୋଏବ୍ ଅଖତରଙ୍କୁ ବଡ ଝଟକା । ଲାଗିଲା ୧୦୦ ମିଲିୟନ ଟଙ୍କାର ଜରିମାନା, ଜାଣନ୍ତୁ କାହିଁକି...
Advertisment
Follow Us