କନକ ବ୍ୟୁରୋ : ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହ୍ତା ଅନେକ ସମୟରେ ବିିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜ ସ୍ୱାମୀ ଆକାଶ ଅମ୍ବାନୀଙ୍କ ସହ ତାଙ୍କର ଫଟୋ ହେଉ ବା ସେ କରୁଥିବା କାମ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ସେ ସେୟାର କରୁଥିବା ପ୍ରତିଟି ଫଟୋ ଆଲୋଚନାର ବିଷୟ ପାଲଟିଥାଏ । ଏ ମଧ୍ୟରେ ତାଙ୍କର ଏକ ପୁରୁଣା ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସେ ମୁମ୍ବାଇ ରେଳ ଷ୍ଟେସନର କାନ୍ଥକୁ ରଙ୍ଗ କରୁଥିବାର ନଜର ଆସୁଛନ୍ତି । ଫଟୋରେ ତାଙ୍କ ସହ ଦୁଇ ଅନ୍ୟ ମହିଳା ମଧ୍ୟ ନଜର ଆସୁଛନ୍ତି ।
ଶ୍ଲୋକାଙ୍କ ଏହି ଫଟୋଟିକୁ ଇନ୍ଷ୍ଟାର ଶ୍ଲୋକା ଆକାଶ ଅମ୍ବାନୀ ଫ୍ୟାନ୍ ପେଜ୍ରେ ସେୟାର କରାଯାଇଛି । ଫଟୋଟି ୨୦୧୬ମସିହା ଅକ୍ଟେବାର ମାସର ବୋଲି ଜଣା ପଡ଼ିଛି । ଫଟୋରେ ସେ ଧଳା ରଙ୍ଗର ଟି-ସାର୍ଟ ସହ ଟ୍ରାକ୍ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Sholka04.jpg)