ସଂଖ୍ୟା ଗଣିତରେ ଦୁର୍ବଳ ହେଉଛନ୍ତି ଉଦ୍ଧବ ଠାକରେ, ସରକାର ବଞ୍ଚାଇବାକୁ ସାମ୍ନାରେ ମାତ୍ର ୨ ଟି ବିକଳ୍ପ

403

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକରେ ଧିରେ ଧିରେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ପଲ୍ଲା ଭାରି ହେବାରେ ଲାଗିଛି । ସିନ୍ଦେଙ୍କ ଦାବି ମୁତାବକ ଏବେ ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ରହିଛି । ଏହାଯଦି ସତ୍ୟ ହୁଏ ତେବେ ଉଦ୍ଧବ ସରକାର ଭାଙ୍ଗିବା ନିଶ୍ଚିନ୍ତ । କାରଣ ମହାବିକାଶ ଅଘାଡି ପାଖରେ ମୋଟ ୧୬୯ ଜଣ ବିଧାୟକଙ୍କ ସମର୍ଥନ ରହିଥିଲା । ଏହାମଧ୍ୟରୁ ଯଦି ୪୦ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନିଅନ୍ତି ତେବେ ଏମଭିଏ ପାଖରେ ୧୨୯ ଜଣ ବିଧାୟକଙ୍କ ସମର୍ଥନ ରହିବ । ଏଣୁ ସରକାର ବଞ୍ଚାଇ ରଖିବାକୁ ଉଦ୍ଧବଙ୍କୁ ଆହୁରି ୧୫ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ସେପଟେ ବିଜେପି ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି । ସିନ୍ଦେ ଯଦି ୪୦ ଜଣ ବିଧାୟକ ନେଇ ବିଜେପି ସହ ମେଣ୍ଟ କରନ୍ତି ତେବେ ବିଜେପି ପାଖରେ ୧୪୬ ଜଣ ବିଧାୟକଙ୍କ ସମର୍ଥନ ରହିବ ଓ ବିଜେପି ନିଦ୍ୱନ୍ଦରେ ସରକାର ଗଠନ କରିପାରିବ ।

ଏସବୁ ଭିତରେ ଉଦ୍ଧବ ନିଜର ସରକାର ବଞ୍ଚାଇବାକୁ ୨ ଟି ବିକଳ୍ପ ରହିଛି । ପ୍ରଥମ ଟି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ସରକାର ବଞ୍ଚାଇ ପାରିବେ ଉଦ୍ଧବ ଠାକରେ । ଅବଶ୍ୟ ଏନେଇ ବୁଧବାର ଦିନ ଉଦ୍ଧବ ସଂକେତ ଦେଇଛନ୍ତି । ଗତକାଲି ସୋସିଆଲ ମିଡିଆରେ ଉଦ୍ଧବ କହିଥିଲେ କି ସେ ପଦ ଛାଡିବାକୁ ରାଜି ଅଛନ୍ତି । ଏହାସହ ସେ ମୁଖ୍ୟମନ୍ତ୍ରୀ ଭାବେ ଜଣେ ଶିବସୈନିକଙ୍କୁ ଦେଖିବାକୁ ଚାହୁଁଛନ୍ତି ।
ଦ୍ୱିତୀୟ ବିକଳ୍ପ ଭାବେ ରହିଛି କଂଗ୍ରେସ ଓ ଏନସିପି ହାତ ଛାଡି ବିଜେପି ମେଣ୍ଟରେ ସରକାର ଗଠନ କରିବା । ଏନେଇ ବି ସନ୍ଦେ ପଥମ ଦିନରୁ ସଂକେତ ଦେଇସାରିଛନ୍ତି । ସିନ୍ଦେ କହିଥିଲେ କି ଯଦି ଉଦ୍ଧବ ଠାକରେ ବିଜେପି ମେଣ୍ଟରେ ସରକାର ଗଠନ କରିବାକୁ ଚାହିଁବେ ତେବେ ସେ ନିସର୍ତ୍ତ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛନ୍ତି ।