ବାଘ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଶିବରାଜଙ୍କ ଚିଠି : ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କଲେ ଶିବରାଜ

ଅନୁକୂଳ ପରିବେଶ ଦେବାକୁ ନବୀନଙ୍କୁ କଲେ ଅନୁରୋଧ

143

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଚିଠି । ସୁନ୍ଦରୀ ବାଘ ପାଇଁ ଶିବରାଜ ଲେଖିଛନ୍ତି ଚିଠି । ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦୀରର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବାଘୁଣୀକୁ ଅନୁକୂଳ ପରିବେଶ ଯୋଗାଇ ଦେବାକୁ ନବୀନଙ୍କୁ କରିଛନ୍ତି ଅନୁରୋଧ ।

କାହ୍ନା ଟାଇଗର ରିଜର୍ଭରୁ ଫେରିବା ଯାଏଁ ପର୍ଯ୍ୟାପ୍ତ ଦେଖାଶୁଣା କରିବାକୁ ଚିଠି ଲେଖିଛନ୍ତି ଶିବରାଜ । ୨୦୧୮ରେ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ଅଭୟାରଣ୍ୟରୁ ୨ଟି ବାଘ ମହାବଳ ଓ ସୁନ୍ଦରୀ ଆସିଥିଲେ ଓଡିଶା । ଏହା ମଧ୍ୟରେ ମହାବଳର ମୃତ୍ୟୁ ହୋଇଯାଇଛି । ଏହା ପରେ ସୁନ୍ଦରୀକୁ ଏନକ୍ଲୋଜରରେ ରଖାଯାଇଥିଲା ।