ଶିବରାଜ ବନାମ କମଲନାଥ : ମଧ୍ୟପ୍ରଦେଶରେ କାହାକୁ ମିଳିବ କ୍ଷମତ‌ା ?

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି

103

କନକ ବ୍ୟୁରୋ : ବିହାର ସହ ମଧ୍ୟପ୍ରଦେଶରେ ମଧ୍ୟ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଭୋଟ ଗଣତି ସହ ମଧ୍ୟପ୍ରଦେଶରେ କିଏ କ୍ଷମତାକୁ ଆସିବ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଭୋଟ୍ ଗଣନା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ବାଲାଟ ପେପରରେ ହୋଇଥିବା ଭୋଟ୍ ଗଣନା କରାଯାଉଛି । ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ଟି ଆସନ ରହିଛି । ନିକଟରେ ଦାମୋରୁ ବିଧାୟକ ରାହୁଲ ସିଂଙ୍କ ଇସ୍ତଫା ପରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ସମୟ ଆସିଲେ, ୨୨୯ଟି ସିଟ୍ ଅନୁଯାୟୀ ସଂଖ୍ୟାଗରିଷ୍ଠତା ୧୧୫ହେବ। ବର୍ତ୍ତମାନ ବିଜେପିରେ ୧୦୭ଜଣ ବିଧାୟକ ରହିଥିବା ବେଳେ ଅନ୍ୟପକ୍ଷରେ କଂଗ୍ରେସରେ ୮୭ଜଣ ବିଧାୟକ ଅଛନ୍ତି ।

ଇଣ୍ଡିଆ ଟୁଡେ-ଏକ୍ସି ମାଇ ଇଣ୍ଡିଆ ଏକଜିଟ୍ ପୋଲରୁ ବିଜେପିକୁ ୧୬ରୁ ୧୮ଟି ଆସନ ମିଳିବା ସହ କଂଗ୍ରେସ ୧୦ରୁ ୧୨ଟି ଆସନ ପାଇବ ବୋଲି ଜଣାଯାଇଛି । ତେବେ ଭୋଟ ଗଣତି ପରେ କ୍ଷମତା କାହା ହାତକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା । ନଭେମ୍ବର ୨ରେ ମଧ୍ୟପ୍ରଦେଶରେ ମତଦାନ ହୋଇଥିଲା। ଆଜି ତାହାର ଫଳାଫଳ ଘୋଷଣା କରାଯିବ । କ୍ଷମତାରେ ରହିବାକୁ ବିଜେପିକୁ ଅତି କମରେ ୮ଟି ସିଟ୍ ଜିତିବାକୁ ପଡିବ । ମଧ୍ୟପ୍ରଦଶେରେ କାହାର ରାଜୁତି ଚାଲିବ, ସେ ନେଇ କିଛି ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ।