୨୪ ନିର୍ବାଚନ ପାଇଁ ଓଡ଼ିଶା ମୁହାଁ କେନ୍ଦ୍ରୀୟ ନେତୃତ୍ୱ । କାଲି କଟକ ଓ ଜଗତସିଂପୁର ଆସିବେ ଶିବରାଜ ସିଂ ଚୌହାନ, ୧୫ରେ ଗଡକରୀ, ୨୨ରେ ଆସିବେ ରାଜନାଥ ।

238

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ତତ୍ପର ବିଜେପି ଶିବିର । ଓଡ଼ିଶା ମୁହାଁ କେନ୍ଦ୍ରୀୟ ନେତୃତ୍ୱ । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ କରିବେ ସମୀକ୍ଷା । ଏହା ପରେ ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଓଡ଼ିଶା ଆସିବେ । ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ଗଡ଼କରୀଙ୍କ ପରେ ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ମାସ ଶେଷ ବେଳକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।