ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ: ବିଲରେ ଧାନ କାଟିଲେ ମନୋହର ରନ୍ଧାରୀ; ସେପଟେ ଟ୍ରାକ୍ଟର ଚଢ଼ି ଚାଷ କରୁଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

113

କନକ ବ୍ୟୁରୋ: ଧାନ କାଟିଲେ ବିଧାୟକ । ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ବିଲରେ ଧାନ କାଟୁଥିବାର ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବିଧାୟକ ଅନ୍ୟ ଲୋକ ମାନଙ୍କ ସହ ମିଶି ଧାନ କାଟୁଥିବାର ନଜର ଆସିଛନ୍ତି । ଯାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ବିଷୟ ପାଲଟିଛି । ଏହା ପୂର୍ବରୁ ସେ ମଧ୍ୟ ଅନେକ ଥର ବିଲକୁ ଯାଇ ଧାନ କାଟୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଆଉ ଏହାକୁ ନେଇ ସେ ପୂର୍ବରୁ କହିଛନ୍ତି, ସେ ପ୍ରଥମରେ ଚାଷୀ ଘରର ପୁଅ ତଥା ଜଣେ ଚାଷୀ । ତାପରେ ସେ ଜଣେ ବିଧାୟକ ।

ଏପଟେ ମଧ୍ୟପ୍ରଦେଶରୁ ବି ଆସିଛି ସେଭଳି ଏକ ଚିତ୍ର । ଯେଉଁଠି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚାଷ କରୁଛନ୍ତି । ନିଜେ ଟ୍ରାକ୍ଟର ଚଢ଼ି ବିଲରେ ଚାଷ କରୁଥିବାର ଚିତ୍ର ଦେଖିବାକୁ ମିଳିଛି ।