ମୁଁ ଦାୟିତ୍ୱବାନ ବ୍ୟକ୍ତି, ପଛରୁ ଛୁରୀ ଭୁଶିବା ଲୋକ ନୁହେଁ । ଦିଲ୍ଲୀ ଯିବା ପୂର୍ବରୁ ଶିବକୁମାର ଦେଲେ ବଡ ବୟାନ ।

ମୁଁ ଦାୟିତ୍ୱବାନ ବ୍ୟକ୍ତି, ପଛରୁ ଛୁରୀ ଭୁଶିବା ଲୋକ ନୁହେଁ । ଦିଲ୍ଲୀ ଯିବା ପୂର୍ବରୁ ଶିବକୁମାର ଦେଲେ ବଡ ବୟାନ ।

କନକ ବ୍ୟୁରୋ : କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ଏନେଇ ଦିଲ୍ଲୀରେ ଚାଲିଛି ମନ୍ଥନ । ଡିକେ ଶିବକୁମାର ନା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କାହା ନାଁରେ ମୋହର ମାରିବେ କଂଗ୍ରେସ ହାଇକମାଣ୍ଡ । ଏନେଇ ଚର୍ଚ୍ଚା ଲଗାତାର ବଢିଚାଲିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ତାହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେଙ୍କ ବାସଭବନରେ ବୈଠକ ବସିଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରିନାହିଁ । ଏସବୁ ଭିତରେ ସିଦ୍ଦରମେୟା ଗତକାଲି ଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଜି ଡିକେ ଶିବକୁମାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏପରିକି ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ଦିଲ୍ଲୀ ଗସ୍ତ ପୂର୍ବରୁ ଡିକେ ଶିବକୁମାର କହିଛନ୍ତି, ଆମେ ଏହି ଘର ତିଆରି କରିଛୁ । ମୁଁ କେବଳ ଏହାର ଅଂଶବିଶେଷ । ଆମର ସଂଖ୍ୟା ୧୩୫ । ମୁଁ ଜଶେ ଦାୟିତ୍ୱବାନ ଲୋକ । ମୁଁ ପଛ ପଟରୁ ଛୁରୀ ଭୁଶିବିନି କି ବ୍ଲାକମେଲ କରିବିନି । ବିଧାୟକଙ୍କ ଭିତରେ ଭାଗ କରି କେବେ ବି ଖରାପ ଇତିହାସ ସୃଷ୍ଟି କରିବି ନାହିଁ । ଯଦି ଦଳ ଚାହିଁବ ତେବେ ମୋତେ ଦାୟିତ୍ୱ ଦେବ । ପୂର୍ବରୁ କଣ ହୋଇଥିଲା ସେବିଷୟରେ ମୁଁ ଆଲୋଚନା କରିବାକୁ ଚାହୁଁନାହିିଁ । କିଏ ବିଜୟର ପ୍ରମୁଖ ସୂତ୍ରଧର ସେ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ ।

ଅନ୍ୟପଟେ ଦିଲ୍ଲୀରେ ପହଞ୍ଚିଥିବା ସିଦ୍ଦରମେୟା କହିଛନ୍ତି, ଅଧିକାଂଶ ବିଧାୟକ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ବିଧାୟକ ମଧ୍ୟ ମୋ ପକ୍ଷରୁ ଭୋଟ କରିଛନ୍ତି । ଏପରିକି ଡିକେ ଶିବକୁମାରଙ୍କ ସହ ମୋର ଭଲ ସମ୍ପର୍କ ଥିବା କହିଛନ୍ତି ସିଦ୍ଦରମେୟା । ଏହାପୂର୍ବରୁ ପ୍ରଥମ ଦୁଇ ବର୍ଷ ସିଦ୍ଦରମେୟା ଓ ପରବର୍ତ୍ତୀ ୩ ବର୍ଷ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଶିବକୁମାର ଏହି ପ୍ରସ୍ତାବରେ ରାଜି ହୋଇନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ବଢିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe