ରିଲିଜ ହୋଇଛି ଶିବାୟର ପୋଷ୍ଟର

ରିଲିଜ ହୋଇଛି ଶିବାୟର ପୋଷ୍ଟର

shivaay posterରିଲିଜ ହୋଇଛି ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ଶିବାୟର ପ୍ରଥମ ଟିଜର ପୋଷ୍ଟର । ଏହି ପୋଷ୍ଟରରେ କିନ୍ତୁ ସ୍ଥାନ ପାଇନି ଫିଲ୍ମର ଟାଇଟେଲ । ବରଫ ଭିତରେ ଗୋଟେ ହାତକୁ ସ୍ଥାନ ଦିଆଯାଇଛି ଏହି ପୋଷ୍ଟରରେ । ଫିଲ୍ମର ଅଧିକାଂଶ ଭାଗର ସୁଟିଂ କରାଯାଇଛି ବୁଲଗେରିଆରେ । ତେବେ ଏହି ଫିଲ୍ମରେ ଅଭିନୟ ସହ ନିର୍ଦେଶନା ଦାୟିତ୍ୱ ତୁଳାଇଛନ୍ତି ନିଜେ ଅଜୟ । ଫିଲ୍ମରେ ଅଜୟଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ବରିଷ୍ଠ ଅଭିନେତା ଦିଲୀପ କୁମାର ଓ ସାଇରାବାନୁଙ୍କ ନାତୁଣୀ ସାୟଶା ସହଗଲ । ଦିୱାଲି ମୌକାରେ ରିଲିଜ ହେବ ଶିବାୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe