କନକ ବ୍ୟୁରୋ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେବେ ପରେ ଓଡ଼ିଶା ପାଇଁ ଆସିଛି ଖୁସି ଖବର । ଓଡ଼ିଆ ପୁଅ ଶିବସୁନ୍ଦର ଦାସ ହୋଇପାରନ୍ତି ବିସିସିଆଇର ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା । ଏବେ ଚୟନ କମିଟିରେ ସଦସ୍ୟ ଅଛନ୍ତି ଶିବସୁନ୍ଦର ଦାଶ । ବିସିସିଆଇର ନିୟମ ଦୃଷ୍ଟିକୋଣରୁ ଶିବସୁନ୍ଦରଙ୍କୁ ଏହି ଗୁରୁଦାୟିତ୍ୱ ମିଳିପାରେ । କାରଣ ଚୟନ କମିଟିରେ ଥିବା ଅନ୍ୟ ସଦସ୍ୟଙ୍କ ତୁଳନାରେ ଶିବସୁନ୍ଦର ଅଧିକ ମ୍ୟାଚ୍ ଖେଳିଛନ୍ତି । ତେବେ ଉତ୍ତରାଞ୍ଚଳରୁ କିଏ ଚୟନ ସମିତିକୁ ଆସୁଛନ୍ତି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ । ଯଦି ଉତ୍ତରାଞ୍ଚଳରୁ ଆସିଥିବା ସଦସ୍ୟ ଶିବସୁନ୍ଦରଙ୍କ ଠାରୁ ଅଧିକ ମ୍ୟାଚ୍ ଖେଳିଥିବେ ତେବେ ଶିବସୁନ୍ଦରଙ୍କୁ ନିରାଣଶ ହେବାକୁ ପଡିବ ।
ଚେତନ ଶର୍ମାଙ୍କ ଇସ୍ତଫା ପରେ କିଏ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ହେବେ ତାହା ସବୁଠୁ ପ୍ରଶ୍ନ ପାଲଟିଥିଲା । କିନ୍ତୁ ଏବେ ଓଡ଼ିଆ ପୁଅ ଶିବସୁନ୍ଦର ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ବଢିଛି । ଆଉ ଏହା ଓଡ଼ିଶା କ୍ରିକେଟ ପାଇଁ ଏକ ଖୁସି ଖବର ଆଣିପାରେ । ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆକୁ ନେଇ ମୁହଁ ଖୋଲିବା ପରେ ଚେତନ ଶର୍ମା ବିବାଦକୁ ଆସିଥିଲେ । ପରେ ଚେତନ ଶର୍ମା ଆଜି ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଥିଲେ । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିଲେ ଚେତନ । ଯାହାକୁ ଗ୍ରହଣ କରିଛନ୍ତି ଜୟ ଶାହା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/38-4.jpg)