ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଶିବସେନା: ରାଜ୍ୟପାଳଙ୍କ ସୁପାରିଶକୁ ବିରୋଧ କରି କୋର୍ଟ ଗଲା

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଶିବସେନା: ରାଜ୍ୟପାଳଙ୍କ ସୁପାରିଶକୁ ବିରୋଧ କରି କୋର୍ଟ ଗଲା

କନକ ବ୍ୟୁରୋ: ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି । ମହରାଷ୍ଟ୍ରରେ କିଏ ଗଢ଼ିବ ସରକାର, କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଗତ ଅକ୍ଟୋବର ୨୪ରୁ ଅଙ୍କ ଛିଣ୍ଡୁନଥିବା ବେଳେ ଆଜି ନାଟକ ନୂଆ ମୋଡ ନେଇଛି । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ରାଜ୍ୟପାଳ କରିଥିବା ସୁପାରିଶକୁ ବିରୋଧ କରିଛି ଶିବସେନା । ଆଉ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ତେବେ ବିଜେପି ସରକାର ଗଢିବାକୁ ହାଚ ଟେକି ଦେବା ପରେ ଶିବସେନା ହିଁ ସରକାର ଗଢିବାକୁ ସ୍ଥିର ନିଶ୍ଚିତ ହୋଇଥିଲା । ମାତ୍ର ଆଜି ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ପରେ ବିରୋଧ କରିଛି ଦଳ । ଦଳ କହିଛି ସରକାର ଗଠନ ପାଇଁ ଆମକୁ ମାତ୍ର ୨୪ ଘଣ୍ଟା ଦିଆଗଲା । ପୂର୍ବରୁ ବିଜେପିକୁ ୪୮ ଘଣ୍ଟାର ମହଲତ ମିଳିଥିବା ବେଳେ ଆମକୁ କଣ ପାଇଁ ୨୪ ଘଣ୍ଟା ଦିଆଗଲା ।

ସେପଟେ ବିଜେପି-ଶିବସେନା କେହି ବି ସରକାର ଗଢିବାକୁ ସଦସ୍ୟଙ୍କ ସମର୍ଥନ ଯୋଗାଡ କରି ପାରିନଥିବାରୁ ଏନସିପିକୁ ୨୪ ଘଣ୍ଟାର ମହଲତ ଦେଇଥିଲେ ରାଜ୍ୟପାଳ । ମାତ୍ର ଏହା ପୂର୍ବରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବାରୁ ବିରୋଧ କରିଛି ଶିବସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe