ସିନ୍ଦେ ଗୋଷ୍ଠୀଙ୍କୁ ମନାଇବାରେ ଶିବସେନା ବିଫଳ । ୧୨ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟ ପଦ୍ଦ ରଦ୍ଦ ଦାବି

143

କନକ ବ୍ୟୁରୋ : ସିନ୍ଦେ ଗୋଷ୍ଠୀଙ୍କୁ ମନାଇବାରେ ବିଫଳ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ଶିବସେନା । ୧୨ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଶିବସେନାର ଉଦ୍ଧବ ଠାକରେଙ୍କ ପକ୍ଷ । ଉଦ୍ଧବ ଠାକରେ ଡାକିଥିବା ବିଧାୟକ ଦଳ ବୈଠକରେ ଏହି ବିଧାୟକମାନେ ଯୋଗଦେଇ ନଥିବାରୁ ଏମାନଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରାଯାଇଥିବା କହିଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ।

ଯେଉଁ ୧୨ ଜଣ ବିଧାୟକଙ୍କ କଥା ସେ କହିଛନ୍ତି, ସେ ଭିତରେ ଏକନାଥ ସିନ୍ଦେଙ୍କ ନାଁ ମଧ୍ୟ ରହିଛି । ସେପଟେ ଏହି ଘୋଷଣା ପରେ ଉଦ୍ଧବ ଠାକରେଙ୍କ ପକ୍ଷକୁ କଡ଼ା ସମାଲୋଚନା କରିଛି ସିନ୍ଦେ ଗୋଷ୍ଠୀ । ଏକନାଥ ସିନ୍ଦେ ଟୁଇଟ କରରି କହିଛନ୍ତି ଯେ, ସଦସ୍ୟ ପଦ ରଦ୍ଦ କଥା କହି ବିଧାୟକମାନଙ୍କୁ ଧମକ ଦେବା କାମ କରିବ ନାହିଁ । କାରଣ ବିଧାୟକମାନେ ବାଲାସାହେବ ଠାକରେଙ୍କ ମାର୍ଗରେ ଚାଲିଛନ୍ତି ଓ ଆଇନକାନୁନ ସେମାନଙ୍କୁ ମଧ୍ୟ ଜଣାବୋଲି ଏକନାଥ ଟୁଇଟ କରିଛନ୍ତି ।