ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଉପରେ ଗର୍ଜିଲେ ଶିବସେନା ନେତା ସଞ୍ଜୟ ରାଉତ । କହିଲେ , ମହାରାଷ୍ଟ୍ରକୁ ବଦନାମ୍ ଏବଂ ମହାରାଷ୍ଟ୍ର ଜନତାଙ୍କ ସହ ବିଶ୍ୱାସଘାତ କରିଛନ୍ତି ଅଜିତ ପାଓ୍ଵାର ।

Advertisment
ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଉପରେ ଗର୍ଜିଲେ ଶିବସେନା ନେତା ସଞ୍ଜୟ ରାଉତ । କହିଲେ , ମହାରାଷ୍ଟ୍ରକୁ ବଦନାମ୍ ଏବଂ ମହାରାଷ୍ଟ୍ର ଜନତାଙ୍କ ସହ ବିଶ୍ୱାସଘାତ କରିଛନ୍ତି ଅଜିତ ପାଓ୍ଵାର ।

ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟିର (ଏନସିପି) ନେତା ଅଜିତ ପାଓ୍ଵାର ମହାରାଷ୍ଟ୍ର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ଶନିବାର ଦିନ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି । ସେ କହିଛନ୍ତି , ଗତକାଲି ଅଜିତ ପାଓ୍ଵାର ସଭାରେ ବସିଥିଲେ। ସଭା ସମୟରେ ସେ କାହାରି ସହ ଆଖି ମିଳାଉ ନ ଥିଲେ। ତାଙ୍କର ହାବଭାବ ସନ୍ଦେହଜନକ ମନେ ହେଉଥିଲା । ତା’ପରେ ଜଣେ ଓକିଲଙ୍କ ସହ କାମ ଅଛି କହି ସେ ମଝିରୁ ଉଠିଗଲେ। ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ଏବେ ଆମେ ଜାଣୁଛୁ ସେ କେଉଁ ଓକିଲଙ୍କ ପାଖକୁ ଯାଇଥିଲେ। ସେ ମହାରାଷ୍ଟ୍ର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ନିଜେ ଏବଂ ଏନସିପିକୁ ଅଜିତ ପାଓ୍ଵାରଙ୍କ ଠାରୁ ନିଷ୍ପତ୍ତି ଠାରୁ ଦୂରେଇ ରଖି ଦଳର ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି ଯେ ବିଜେପିକୁ ସମର୍ଥନ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଶିବସେନା ନେତା କହିଛନ୍ତି ଯେ ଦଳକୁ ବିଭାଜନ କରିବାକୁ ଭାରତୀୟ ଜନତା ପାର୍ଟି ଅଜିତ ପାଓ୍ଵାରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଲଗାଇଛି।

publive-image

ଫଡ଼ନବିସ ମୁଖ୍ୟମନ୍ତ୍ରୀ ଥିବା ବେଳେ କହିଥିଲେ କି, ତାଙ୍କ (ଅଜିତଙ୍କ) ସ୍ଥାନ ଅର୍ଥର୍ ରୋଡରେ (ଜେଲ୍)। ଦଳ (ଏନସିପି) ବିଭାଜନ ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଲାଗୁ କରାଗଲା କି ? ଏବେ କ’ଣ କ୍ୟାବିନେଟ୍ ବୈଠକ ଅର୍ଥର୍ ରୋଡ୍ ଜେଲ୍ରେ ବସିବ ? ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ପ୍ରାୟ ୨୫ , ୦୦୦ କୋଟି ଟଙ୍କାର ଆର୍ଥିକ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନସିପି ନେତା ଶରଦ ପାଓ୍ଵାର୍, ତାଙ୍କ ପୁତୁରା ଅଜିତ ପାଓ୍ଵାର୍, ଅନ୍ୟ କେତେକ ରାଜନେତା ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe