ସଙ୍କଟରେ ମହାରାଷ୍ଟ୍ରର ମେଣ୍ଟ ସରକାର । ଗୌହାଟୀରେ ପହଞ୍ଚିଲେ ବିଦ୍ରୋହୀ ବିଧାୟକ । ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କଲେ ଏକନାଥ ସିନ୍ଦେ

206

କନକ ବ୍ୟୁରୋ : ମହାରାଷ୍ଟ ସରକାରରେ ଯାହା ଆଶା କରାଯାଉଥିଲା ତାହା ଏବେ ସତ ହେବାକୁ ଯାଉଛି । ଶିବସେନା, କଂଗ୍ରେସ ଏବଂ ଏନସିପି ମିଳିତ ଏମଭିଏ ମେଣ୍ଟ ସରକାର ଭାଙ୍ଗିବାର ଆଶଙ୍କା ଦେଖାଦେଇଛି । ଯେଉଁଥି ପାଇଁ ୨୦୧୯ରେ ବିଜେପି ସରକାର ଭାଙ୍ଗିଥିଲା ସେହି କାରଣ ପାଇଁ ଏବେ ଏମଭିଏ ସକରାର ଭାଙ୍ଗିବାକୁ ଯାଉଛି । ବିଧାନ ପରିଷଦ ନିର୍ବାଚନ ବିଜୟ ପରେ ରାଜ୍ୟରେ ଶାସକ ଦଳର ପ୍ରମୁଖ ନେତା ଏକନାଥ ସିନ୍ଦେ ୨୧ ବିଧାୟକଙ୍କ ସହ ସୁରଟରେ ଥିଲେ ।

ଗତକାଲି ବିଳମ୍ବିତ ରାତିରେ ଏମଭିଏ ସରକାରଙ୍କ ଆଉ ବିଧାୟକ ସେମାନଙ୍କ ସହ ଯୋଗ ଦେଇଥିବା ବେଳେ ସବୁ ବିଧାୟକ ବିଜେପି ଶାସିତ ଆସାମ ଗସ୍ତ କରିଥିବା ସୂଚନା ମିଳିଛି । ଆଉ ଏହି ବିଧାୟକ ସରକାର ଭାଙ୍ଗିବାରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରି ପାରନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଶୀ ସିନ୍ଦେଙ୍କ ସହ ମିଶି ସରକାର ଗଢିବାକୁ ପ୍ରସ୍ତୁତ ଅଛି । ଏହି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିବସେନା ଚିନ୍ତା କରୁଥିବା କୁହାଯାଉଛି । ଅନ୍ୟପଟେ ଦିଲ୍ଲୀରେ ଡେରା ପକାଇଛନ୍ତି ବିରୋଧ ଦଳ ନେତା ଦେବେନ୍ଦ୍ର ଫଡନବୀସ । ବିବାଦ ଭିତରେ ଏକାନାଥ ସିନ୍ଦେଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ତେବେ ବଡ କଥା ହେଉଛି ସୁରଟରେ ଥାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ଉଦ୍ଧବଙ୍କ ସହ ସେ ୧୫ରୁ ୨୦ ମିନିଟ କଥା ହୋଇଥିବା ସୂଚନା ମିଳିଛି । ଉଦ୍ଧବ ଠାକରେଙ୍କୁ ସିନ୍ଦେ ବିଜେପି ସହ ମେଂଟ କରିବାକୁ ପ୍ରସ୍ତାବ ଦେଇଛନ୍ତି ଓ ତାଙ୍କ ପାଖରେ ୩୦ ବିଧାୟକ ରହିଥିବା କହିଛନ୍ତି । ତେବେ ମହାରାଷ୍ଟ୍ର ଆସି କଥାବାର୍ତା କରିବାକୁ ଉଦ୍ଧବ ସିନ୍ଦେକୁ କହିଛନ୍ତି । କିନ୍ତୁ ବିଜେପି ସହ ମିଶି ପୂର୍ବରୁ ସରକାର ଗଢିବାରେ ବହୁ ଅସୁବିଧା ଭୋଗିଥିବା କହିଛନ୍ତି ଉଦ୍ଧବ । ପୁଣି କାହିଁକି ବିଜେପି ସହ ମିଶିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।