ମୁମ୍ବାଇ : ନାଳ ସଫା ହୋଇ ନଥିବାରୁ ରାଗିଲେ ବିଧାୟକ । ସଫେଇ କାମ କରୁଥିବା ଠିକାଦାରକୁ ନାଳରେ ବସାଇ ତାଙ୍କ ଉପରେ ଢାଳିଲେ ଅବାର୍ଜନା

973

କନକ ବ୍ୟୁରୋ : ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଠିକରେ ନାଳ ସଫେଇ କାମ କରି ନଥିବା ଜଣେ ଠିକାଦାରକୁ ଆବର୍ଜନା ନଳ ଭିତରେ ଗାଧଉଥିବାର ଦେଖିବାକୁୁ ମିଳିଛି ।

ଏହି ଘଟଣା ଶନିବାର ଅପରାହ୍ନ ୪ ବେଳେ ଚାନ୍ଦିବାଲି ଅଞ୍ଚଳରେ ଘଟିଥିବା କୁହାଯାଇଛି । ସୂଚନା ମୁତାବକ ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କ ଘରେ ନାଳ ପାଣି ପଶୁଥିବା ନେଇ ବାରମ୍ବାର ବିଧାୟକ ଦିଲ୍ଲୀପ ଲାଣ୍ଡିଙ୍କ ଠାରେ ଅଭିଯୋଗ କରୁଥିଲେ । ବାରମ୍ବାର ଅଭିଯୋଗ ପାଇବା ପରେ ବିଧାୟକ ମହୋଦୟ ଗତକାଲି ତାଙ୍କ ଅନୁଗତଙ୍କୁ ସାଙ୍ଗରେ ଧରି ଘଟଣା ସ୍ଥଳରେ ପହଂଚିଥିଲେ ।  ବିଧାୟକ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ସଫେଇ କରିବା ସହ ସେଠାରେ ସେ ଠିକାଦାରଙ୍କୁ ଡକାଇ ଥିଲେ । ଠିକାଦାରଙ୍କୁ କାମ କାହିଁକି ଠିକରେ ହୋଇନାହିଁ ବୋଲି ପଚାରିଥିଲେ । ହେଲେ ଠିକାଦାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ନାଳ ନିକଟରେ ବସାଇ ତାଙ୍କ ଉପରେ ନାଳରୁ ବାହାରିଥିବା ଅବର୍ଜନା କୁଢାଇ ଦେଇଥିଲେ ।

ଏନେଇ ଚାରୁଆଡୁ ସମାଲୋଚିତ ହେବା ପରେ ବି ବିଧାୟକ କ୍ଷମା ନମାଗି ସଫେଇ ଦେଇଛନ୍ତି କି ଠିକାଦାର ତାଙ୍କର କାମ ଠିକରେ କରିନାହିଁ , ତେଣୁ ତା ସହିତ ଏଭଳି ବ୍ୟବହାର କରାଗଲା । ବିଧାୟକ ଆହୁରି କହିଛନ୍ତି କି ଏହି କାମ ଯାହାର ଦାୟିତ୍ୱ ସେମାନେ ଏଠାରେ କେହି ନଥିଲେ । ମୋ ପାଖରେ ବାରମ୍ବାର ଅଭିଯୋଗ ପହଂଚିବାରୁ ମୁଁ ଶିବସୈନିକ ମାନଙ୍କ ଡାକି ନାଳ ସଫା କରାଇଲି । ଲୋକମାନେ ମୋତେ ଭରଶା କରି ଭୋଟ ଦେଇଛନ୍ତି , ତେଣୁ ସେମାନଙ୍କ ସୁବିଧା ଅସୁବିଧାରେ ଠିଆ ହେବା ମୋର କର୍ତ୍ତବ୍ୟ ।

ଏନେଇ ବିଜେପି ନେତା ରାମ କଦମ୍ କହିଛନ୍ତି କି, କ୍ଷମତାରେ ଥିବାରୁ ସେମାନେ ଏଭଳି ଗୁଣ୍ଡାଗଦ୍ଦି କରୁଛନ୍ତି । ଯଦି ମାରପିଟ୍ କରିବାର ଅଛି ତେବେ ମୁମ୍ବାଇ ମହାନଗର ପାଳିକାରେ ବସିଥିବା ତୁମ ନେତାଙ୍କୁ ପିଟ ବୋଲି ସେ ଦିଲ୍ଲୀପଙ୍କୁ ଆକ୍ଷେପ କରି କହିଛନ୍ତି ।