କରୋନା ଆତଙ୍କ : ଶିବଲିଙ୍ଗରେ ମାସ୍କ ବାନ୍ଧିଲେ ଭକ୍ତ, ସ୍ପର୍ଶ ନକରିବାକୁ ଭକ୍ତଙ୍କୁ କରାଗଲା ଅନୁରୋଧ ।

281

ସମଗ୍ର ବିଶ୍ୱରେ କରୋନାଭାଇରସକୁ ନେଇ ଭୟର ବାତାବରଣ ଦେଖାଦେଇଛି । ଭାରତରେ ଏଯାବତ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୬୩ଟି ପହଞ୍ଚିଛି। ଏଭଳି ପରିସ୍ଥିତିରେ ବାରାଣାସୀର ପ୍ରହ୍ଲାଦ ଘାଟରେ ଥିବା ପ୍ରହ୍ଲାଦେଶ୍ୱର ମନ୍ଦିରରେ ଭଗବାନ ଶିବଙ୍କୁ ମାସ୍କ ପିନ୍ଧାଇଛନ୍ତି । ଏହାସହ ଭଗବାନ ଶିବଙ୍କ ଲିଙ୍ଗକୁ କେହି ଯେପରି ସ୍ପର୍ଶ ନକରିବେ ସେଥିପାଇଁ ଗୁହାରି କରିବା ସହ ପୋଷ୍ଟର ମାରିଛନ୍ତି । ଏପରିକି କରୋନାର ଭୟାବହତା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଛି ।

ପ୍ରହ୍ଲାଦେଶ୍ୱର ମହାଦେବ ମନ୍ଦିର ପୂଜାରୀ ମୁନ୍ନା ତିୱାରୀଙ୍କ କହିବା ଅନୁଯାୟୀ, ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ୍‌ ପୂରା ଦେଶକୁ ବ୍ୟାପି ଯାଇଛି। ଲୋକମାନଙ୍କୁ ଏହି ଭାଇରସ୍‌ ପ୍ରତି ଜାଗୃତ କରିବା ପାଇଁ ଆମେ ଭଗବାନ ଶିବଙ୍କୁ ମାସ୍କ ପିନ୍ଧାଇଛୁ। ଏଥିସହିତ ଯେପରି କୌଣସି ଭକ୍ତ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବେ ନାହିଁ ସେଥିପାଇଁ ସେମାନଙ୍କୁ ଗୁହାରି ବି କରିଛୁ। କେବଳ ଏତିକି ନୁହେଁ ମନ୍ଦିର ଆସୁଥିବା ସମସ୍ତ ଭକ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହି ଘଟଣାକୁ ନେଇ ଭକ୍ତମାନେ କହନ୍ତି, ଭଗବାନ ସୁରକ୍ଷିତ ରହିଲେ, ଆମେ ସୁରକ୍ଷିତ ରହିବୁ।

ବୁଧବାର ଭାରତର କେରଳରୁ ୮ଜଣ, ମହାରାଷ୍ଟ୍ରରୁ ୫ଜଣ, କର୍ଣ୍ଣାଟକରୁ ୪ଜଣ ଏବଂ ଜମ୍ମୁ ଓ କଶ୍ମୀରରୁ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଛି। ନୂଆ ୧୮ଟି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ମିଶାଇ ଏଯାବତ ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟ ୬୦କୁ ବୃଦ୍ଧି ପାଇଛି। ବିଶ୍ୱରେ ଏଯାବତ ଏହି କୋଭିଡ୍‌-୧୯ କାରଣରୁ ୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ତେଣୁ ଏହି ଭାଇରସକୁ ନେଇ ଏବେ ଚାରିଆଡେ ସତର୍କତା ଅବଲମ୍ବନ କରାଯାଉଛି ।