କନକ ବ୍ୟୁରୋ: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ । ପାହାଡରେ ମାଟି ଖୋଳିବା ବେଳେ ହଠାତ ଆବିର୍ଭାବ ହେଲେ ଶିବ ଶଙ୍କର । ନବରଙ୍ଗପୁର ଉମରକୋଟ ବ୍ଲକ ନଙ୍ଗରାଡଙ୍ଗରା ଗାଁ ନାଗାଭୈରବ ପାହାଡରୁ ଶିବ ଲିଙ୍ଗ ଆବିର୍ଭାବ ହୋଇଛି । ଆଉ ମାଟି ତଳୁ ମହାଦେବ ବାହାରିବା ପରେ ପୂଜାର୍ଚ୍ଚନା ପାଇଁ ନାଗାଭୈରବ ପାହାଡରେ ଲୋକଙ୍କ ନାହିଁ ନଥିବା ଭିଡ ଲାଗିଛି ।
ତେବେ ନଙ୍ଗରାଡଙ୍ଗରା ଗାଁର ଜଣେ ପୂଜାରୀ ପାହାଡକୁ କନ୍ଦା ଖୋଳିବାକୁ ଯାଇଥିବା ବେଳେ ଗୋଲାକାର ଏକ ପଥରକୁ ଦେଖିଥିଲେ । ଆଉ ସେହି ପଥର ମୂଳରେ ନିଜେ କିଛି ଖୋଳିବା ସହ ଗାଁ ଲୋକଙ୍କ ସହାୟତାରେ ଭିତରକୁ ଭିତରକୁ ଖୋଳି ଚାଲିଥିଲେ । ଆଉ ଶେଷରେ ମାଟି ତଳେ ଶିବ ଲିଙ୍ଗ ଥିବା ଦେଖିଥିଲେ । ତେବେ ମାଟି ତଳେ ମହାଦେବ ବାହାରିବା ଖବର ଶୁଣି ସ୍ଥାନୀୟ ଲୋକେ ଫୁଲ, ଦୀପ, ଧୂପ, କ୍ଷୀର ଓ ବେଲପତ୍ର ଦେଇ ପୂଜାର୍ଚ୍ଚନା କରିଥିଲେ ।
ମାଟି ତଳୁ ବାହାରିଥିବା ଏହି ୪ ଫୁଟର ଶିବଲିଙ୍ଗକୁ ଦେଖିବାକୁ କେବଳ ସ୍ଥାନୀୟ ଅଞ୍ଚଳର ଲୋକ ନୁହଁ ପାଖ ରାଜ୍ୟ ଛତିଶଗଡରୁ ମଧ୍ୟ ଲୋକେ ଦର୍ଶନ ପାଇଁ ଆସୁଛନ୍ତି । ତେବେ ଖବର ପ୍ରକାଶ ପରେ ଉକ୍ତ ପାହାଡରେ ଗବେଷକ ପହଞ୍ଚି ଏହା ୨୦୦୦ ବର୍ଷ ତଳର ଶିବଲିଙ୍ଗ ବୋଲି କହିଥିଲେ । ପୂର୍ବରୁ ନଳବଂଶ ଶାସନ ସମୟରେ ଏହି ପାହାଡ ଉପରେ ଏହା ସ୍ଥାପନା କରାଯାଇଥିବା ଗବେଷକମାନେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/SHIV-JI.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-13-at-8.25.04-PM-1024x766.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-13-at-8.24.37-PM-1024x769.png)