ପୁଣି ଭକ୍ତଙ୍କୁ ଦର୍ଶନ ଦେଲେ ସାଇବାବା ! ମନ୍ଦିର କାନ୍ଥରେ ସାଇବାବାଙ୍କ ପ୍ରତିମୂର୍ତ୍ତି ପ୍ରକଟ ହେବା ନେଇ ଭକ୍ତଙ୍କ ଦାବି

Advertisment
ପୁଣି ଭକ୍ତଙ୍କୁ ଦର୍ଶନ ଦେଲେ ସାଇବାବା ! ମନ୍ଦିର କାନ୍ଥରେ ସାଇବାବାଙ୍କ ପ୍ରତିମୂର୍ତ୍ତି ପ୍ରକଟ ହେବା ନେଇ ଭକ୍ତଙ୍କ ଦାବି

ପୁଣି ଭକ୍ତଙ୍କୁ ଦେଖା ଦେଲେ ସାଇବାବା ! ମସଜିଦ୍ କାନ୍ଥରେ ପ୍ରକଟ ହେଲା ସାଇବାବାଙ୍କର ଛବି । ଗୁରୁବାର ରାତି ପ୍ରାୟ ୧୧: ୩୦ରେ ଆରତି ଚାଲିଥିବା ବେଳେ ମହାରାଷ୍ଟ୍ରର ଶିରିଡ଼ି ଜିଲ୍ଲାସ୍ଥିତ ସାଇବାବାଙ୍କ ସମାଧିର ଖୁବ୍ ନିକଟରେ ଥିବା ଦ୍ୱାରକାମଇ ମସଜିଦର କାନ୍ଥରେ ଶିରିଡ଼ି ସାଇବାବାଙ୍କର ଚିତ୍ର ଦୃଶ୍ୟମାନ ହୋଇଥିବା ଭକ୍ତମାନେ ଦାବି କରିଛନ୍ତି । ଏହାକୁ ନେଇ ଏଠାରେ ଏବେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି । ଏପରିକି ବୁଧବାର ରାତିରୁ ମନ୍ଦିରରେ କବାଟ ମଧ୍ୟ ପଡ଼ି ନାହିଁ ।

publive-image

‘ଆରତି’ ସମୟରେ ଉପସ୍ଥିତ ଥିବା ସାଇବାବାଙ୍କର ଅନେକ ଭକ୍ତ ଦ୍ୱାରକାମଇ କାନ୍ଥରେ ବାବାଙ୍କର ଝାପସା ଛବି ଦେଖିଥିବା କଥା ଦାବି କରୁଛନ୍ତି। ଦ୍ୱାରକାମଇ ମସଜିଦରେ ସାଇବାବା ଅନେକ ସମୟ କଟାଇଥିଲେ।ଲୋକଙ୍କ କହିବା କଥା ହେଲା କି, କିଛି କ୍ଷଣ ପାଇଁ କାନ୍ଥରେ ପ୍ରକଟ ହୋଇଥିବା ଛବିରେ ସାଇବାବା ମୁରୁକି ମୁରୁକି ହସୁଥିଲେ। ଯେଉଁସ୍ଥାନରେ ସାଇବାବା ବସି ତାଙ୍କର ଶିଷ୍ୟମାନଙ୍କୁ ଧାର୍ମିକ ପ୍ରବଚନ ଶୁଣାଉଥିଲେ ଠିକ୍ ତାହାରି ଉପରକୁ ତାଙ୍କର ଛବି ଦୃଶ୍ୟମାନ ହୋଇଥିଲା। ତେବେ ଦ୍ୱାରକାମଇ କାନ୍ଥରେ ଭକ୍ତମାନେ ସାଇବାବାଙ୍କ ଛବି ଦେଖିବାରେ ଏହା ହେଉଛି ଦ୍ୱିତୀୟ ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe