ଜଣେ ଯାତ୍ରୀଙ୍କୁ ଗୋଟିଏ ଟ୍ରେନ୍ !

34

ବ୍ରିଟେନର ସିପିୟା ରେଳଷ୍ଟେସନରେ କେବଳ ଜଣେ ଯାତ୍ରୀଙ୍କ ପାଇଁ ଚଳାଚଳ କରେ ଟ୍ରେନ୍ । ବେଳେବେଳେ ଜଣେ ଯାତ୍ରୀ ମଧ୍ୟ ଦେଖିବାକୁ ମିଳନ୍ତି ନାହିଁ । କିନ୍ତୁ ଏଠାରେ ନିରନ୍ତର ଚାଲେ ଟ୍ରେନ୍ । ବ୍ରିଟେନର ପୂର୍ବ କ୍ୟାମ୍ବ୍ରିଜ୍ ସାୟାର୍ ଅଂଚଳରେ ଥିବା ଏହି ରେଳଷ୍ଟେସନ୍ ୧୭୦ ବର୍ଷ ପୁରୁଣା । ତେବେ କେବଳ ଜଣେ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଏହି ରୁଟ୍ ଦେଇ ଚଳାଚଳ କରିବା ଚକିତ କରାଏ ସମସ୍ତଙ୍କୁ ।

ସୂଚନାଯୋଗ୍ୟ ୨୦୧୫ ମସିହାରେ ୧୨ ଜଣ ଓ ୨୦୧୬ ମସିହାରେ ସମୁଦାୟ ୧୩ ଜଣ ଯାତ୍ରୀ ଏଠାରୁ ରେଳସେବାର ସୁବିଧା ନେଇଥିଲେ । ଏବେ ଏହି ରେଳଷ୍ଟେସନର ରକ୍ଷଣାବେକ୍ଷଣ କରୁଛନ୍ତି ହ୍ୟାରି ନାମକ ଜଣେ ବ୍ୟକ୍ତି । ରେଳଷ୍ଟେସନକୁ ପରିଷ୍କାର ପରିଚ୍ଛନ୍ନତାର ଦାୟିତ୍ୱ ମଧ୍ୟ ନିଜ ହାତକୁ ନେଇଛନ୍ତି ହ୍ୟାରୀ । କେବଳ ଜଣେ ଯାତ୍ରୀଙ୍କ ପାଇଁ ଚାଲୁଥିବା ରେଳସେବାକୁ ନେଇ ଇଂଟରନେଟରେ ଏବେ ଚର୍ଚ୍ଚା ଜୋରଦାର ।