ମୋଦି ଓ ସିଂଜୋ ଆବେଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ! ଜାପାନ ଓ ଭାରତ ମଧ୍ୟରେ ୬ଟି ଚୁକ୍ତି ସ୍ୱାକ୍ଷରିତ ।

85

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ଅବସରରେ ଦୁଇଦେଶ ମଧ୍ୟରେ ଦୁଇପାକ୍ଷିକ ଆଲୋଚନା ପରେ ୬ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ମଧ୍ୟରେ ଆଲୋଚନା ପରେ ଏହି ଚୁକ୍ତି ହୋଇଛି । ଏହା ମଧ୍ୟରେ ରହିଛି ହାଇସ୍ପିଡ ଟ୍ରେନ ଏବଂ ନାଭାଲ ସହଯୋଗିତା । ଡିଜିଟାଲ ପାର୍ଟନରସିପ ଠାରୁ ଆରମ୍ଭ କରି ସାଇବର ସ୍ପେଶ, ଓସନ ସ୍ପେଶ , ସ୍ୱାସ୍ଥ୍ୟ, ପ୍ରତିରକ୍ଷା ପ୍ରସଙ୍ଗରେ ଦୁଇଦେଶ ପରସ୍ପରକୁ ସହଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଭାରତରେ ୨.୫ ବିଲିୟନ ଆମେରିକୀୟ ଡଲାର ପୁଂଜି ନିବେଶ କରିବା ପାଇଁ ଜାପାନର ପୁଂଜିନିବେଶକାରୀମାନେ ଘୋଷଣା କରିଛନ୍ତି ।

ଭାରତ ଓ ଜାପାନ ମଧ୍ୟରେ ବିନା ସହଯୋଗିତାରେ ୨୧ତମ ଶତାବ୍ଦୀ ଏସିଆରେ ଏକ ଶତାବ୍ଦୀ ଭାବେ ଗଣନା କରାଯାଇପାରିବ ନାହିଁ ବୋଲି କହିଛନ୍ତି ମୋଦି । ଟୋକିଓରେ ଇଣ୍ଡିଆ ଜାପାନ ପାର୍ଟନରସିପ ଇନ ଆଫ୍ରିକା ଆଣ୍ଡ ଡିଜିଟାଲ ସେମିନାରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଜାପାନ ପାର୍ଟନରସିପ ଇନ ଆଫ୍ରିକା ଆଣ୍ଡ ଡିଜିଟାଲ ପାର୍ଟନରସିପ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଭାରତରେ ଜାପାନ ନିବେଶ ପୂର୍ବ ଅପେକ୍ଷା ବେଶ ବୃଦ୍ଧି ପାଇଛି । ଯଦି ଭାରତର ସପ୍ଟୱେୟାରକୁ ଜାପାନ ହାଡୱେୟାର ସହଯୋଗ ମିଳିଲେ ଭାରତୀୟ ବଜାରରେ ଆଇଟି ସେକ୍ଟର ଉପଲବ୍ଧି ସ୍ୱପ୍ନ ଛୁଇଁବ ବୋଲି ଆଜିର ଅଭିଭାଷଣରେ ମୋଦି କହିଛନ୍ତିି ।