କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ଖରା ଦିନ ଆରମ୍ଭ ନହେଉଣୁ ଜଙ୍ଗଲରେ ଲାଗିଛି ନିଆଁ । ବିଭିନ୍ନ ସରଂକ୍ଷିତ ଜଙ୍ଗଲରେ ନିଆଁ ଲାଗି ଲିଭିବାର ନାଁ ନେଉନି । ଶିମଳିପାଳ ଜଙ୍ଗଲ ବି ହୁତ ହୁତ ହୋଇ ଜଳିବାରେ ଲାଗିଛି । ଶିମଳିପାଳ ଉପରମୁଣ୍ଡ ମାଣିକପୁର ଅଂଚଳରେ ଜଳୁଛି ଜଙ୍ଗଲ । ଦୀର୍ଘ ମିଟର ପର୍ଯ୍ୟନ୍ତ ନିଆଁ ଲାଗିଥିବା ବେଳେ ବିଭିନ୍ନ ଓøଷଧୀୟ ଗୁଳ୍ମରୁ ନେଇ ବଡ ବଡ ଗଛ ସବୁ ପୋଡି ନଷ୍ଟ ହେବାରେ ଲାଗିଛି । ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ବହୁ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ପୁଣି ଜଳୁଛି ଶିମିଳିପାଳ ଜଙ୍ଗଲ । ନିଆଁ ବଢି ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି । ଏବେଠାରୁ ନିଆଁକୁ ଆୟତ କରାନଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ । ପ୍ରତିବର୍ଷ ଏହିଭଳି ଜଙ୍ଗଲରେ ନିଆର୍ ଲାଗି ବହୁ ଗଛ ପୋଡି ନଷ୍ଟ ହେଉଛି । ଚଳିତବର୍ଷ ମଧ୍ୟ ନିଆଁ ଲାଗି ବ୍ୟାପିବାରେ ଲାଗିଲାଣି । ହେଲେ ଏଥିପ୍ରତି କାହାର ଯେମିତି ନିଘା ନାହିଁ । ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲରେ କେମିତି ଲାଗୁଛି ନିଆଁ ?କିଏ ଲଗାଉଛି ଜଙ୍ଗଲରେ ନିଆଁ । ଯାହାକୁ ନେଇ ବନ ବିଭାଗ ମଧ୍ୟ ପଡିଛି ଚିନ୍ତାରେ ।