ହିମାଚଳରେ ବରଫପାତ ଜାରି, ଲେହ-ମନାଲି ରାଜପଥ ବନ୍ଦ। କେଲାଙ୍ଗରେ ତାପମାତ୍ରା ୦.୫ ଡିଗ୍ରୀ ରେକର୍ଡ।

ହିମାଚଳରେ ବରଫପାତ ଜାରି, ଲେହ-ମନାଲି ରାଜପଥ ବନ୍ଦ। କେଲାଙ୍ଗରେ ତାପମାତ୍ରା ୦.୫ ଡିଗ୍ରୀ ରେକର୍ଡ।

କନକ ବ୍ୟୁରୋ:  ହିମାଚଳ ପ୍ରଦେଶର ପାଣିପାଗରେ ପରିବର୍ତ୍ତନ ହେବାରେ ଲାଗିଛିା କିଛି ଅଞ୍ଚଳରେ ବର୍ଷା ଜାରି ରହିଥିବା ଦେଖିବାକୁ ମିଳିଛି । ସେହିଭଳି ବରଫପାତ ମଧ୍ୟ ଜାରି ରହିଛି । ବରଫପାତକୁ ଆଖିରେ ରଖି ଜାତୀୟ ରାଜପଥ ବର୍ତ୍ତମାନ ସମୟରେ ବନ୍ଦ ରହିଛି । କୋଲାଙ୍ଗରୁ ଦାରଚା ଯାଏ ଗାଡି ଯିବା ଆସିବା ଉପରେ ରୋକ ଲାଗିଛି । କେଲାଙ୍ଗରେ ତାପମାତ୍ରା ୦.୫ ଡିଗ୍ରୀ ରେକର୍ଡ ହୋଇଛି ।

ଲାହୋଲ ସ୍ଫିତିକୁ ଛାଡିଦେଲେ ରୋହତାଙ୍ଗ, ସିଙ୍କୁଲା କୁଞ୍ଜମ ସହ ଅନେକ ସ୍ଥାନରେ ବରଫପାତ ଜାରିରହିଛି । ରବିବାର ସାରାଦିନ ସମୟ ସମୟରେ ବରଫପାତ ଦେଖିବାକୁ ମିଳିଥିଲା । ପାଣିପାଗ ବିଭାଗ ପାଞ୍ଚ ଦିନ ଯାଏ ଏହିଭଳି ପାଗ ଲାଗିରହିବା ନେଇ ଅନୁମାନ କରିଛି । କିଛି ସ୍ଥାନରେ ଏହି ସମୟରେ ପ୍ରବଳ ବର୍ଷା ନେଇ ମଧ୍ୟ ସମ୍ଭାବନା ରହିଛି ।

ପାଣିପାଗ ଖରାପ ଥିବାରୁ ଲାହୋଲ-ସ୍ଫିତି ପ୍ରଶାସନ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ବଢାଇଦେଇଛି । ମନାଲି-ଲେହ ମାର୍ଗରେ ଗାଡିମଟର ଯିବାଆସିବା ଉପରେ ରୋକ ଲଗାଇଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe