ସମସ୍ତଙ୍କ ମନରେ ପ୍ରଭୁ ରାମ । ସାଖୀଗୋପାଳରେ ପଟ୍ଟଚିତ୍ର ମାଧ୍ୟମରେ ରାମ ମନ୍ଦିର କରି ଭକ୍ତି ଅର୍ଘ୍ୟ ଅର୍ପଣ କଲେ ଶିଳ୍ପୀ

74

କନକ ବ୍ୟୁରୋ : ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଂଚଳରେ ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ରାମଲାଲାଙ୍କ ଭବ୍ୟ ମନ୍ଦିର ଏବଂ ଜନ୍ମଠାରୁ ରାଜଭିସେକ ବିଷୟ ବସ୍ତୁ । ରାମଲାଲାଙ୍କ ଜୀବନୀ ଠାରୁ ନେଇ ରାଜ୍ୟଭିଷେକ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ନୀଳମଣି ଓ ତାଙ୍କ ସହଯୋଗୀ । କଟନ କପଡ଼ା ଏବଂ ସଂପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ମୋଟ ୮ ଫୁଟ ଲମ୍ବ ଏବଂ ୩ ଫୁଟ ଓସାରର ଏହି କଳାକୃତିକୁ ନୀଳମଣି ଏବଂ ତାଙ୍କ ୫ ସହଯୋଗୀ ଆଙ୍କିବାକୁ ୩୦ ଦିନ ସମୟରେ ନେଇଛନ୍ତି । ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ଜଣେ ଯୁବତୀ ରାମ ସୀତାଙ୍କୁ ଖୁବ୍ ସୁନ୍ଦର ଚିତ୍ର ଆଙ୍କିଛନ୍ତି । କୁସିଆପଲ ଗାଁର ସ୍ୱପ୍ନରାଣୀ ଚୁଳି, ମୁରୁଜ ମାଧ୍ୟମରେ ଶ୍ରୀରାମ ଓ ସୀତାମାତାଙ୍କ ଚିତ୍ର ଆଙ୍କି ନିଜ ଇଶ୍ୱର ଭକ୍ତି ପରିପ୍ରକାଶ କରିଛନ୍ତି ।