ଶିଳ୍ପପତି ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ : ଅଶ୍ଳୀଳ ଚଳଚିତ୍ର ନିର୍ମାଣ ଓ ପ୍ରସାରଣ କରୁଥିବା ନେଇ ହୋଇଥିଲା ଅଭିଯୋଗ

126

କନକ ବ୍ୟୁରୋ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସର କ୍ରାଇମ୍‌ ବାଞ୍ଚ ଆଜି ଗିରଫ କରିଛି । ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ସେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି । ଏନେଇ ଗତ ଫେବ୍ରୁଆରିରେ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୁଲିସ। ତାଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ପୁଲିସ । ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଶିଳ୍ପା ୨୦୦୯ ମସିହାରେ ବିବାହ କରିଥିଲେ ।