ସର୍ଲିନ ଚୋପ୍ରାଙ୍କ ଉପରେ ମାନହାନୀ ମକଦ୍ଦମା ଦାଖଲ କଲେ ରାଜ କୁନ୍ଦ୍ରା ଓ ଶିଳ୍ପା, ସର୍ଲିନଙ୍କ ଅଭିଯୋଗକୁ କହିଲେ ମିଥ୍ୟା

94

କନକ ବ୍ୟୁରୋ : କିଛିଦିନ ତଳେ ବଲିଉଡ ଅଭିନେତ୍ରୀ ସର୍ଲିନ ଚୋପ୍ରା ରାଜକୁନ୍ଦ୍ରାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣି ଥାନାରେ ମାମଲା ଦାୟର କରିଥିଲେ । ଏହାସହ କାମ କରାଇ ଟଙ୍କା ନଦେବା ଭଳି ବି ସାଂଘାତିକ ଅଭିଯୋଗ ଦାଖଲ କରିଥିଲେ । ଏବେ ସେହି ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ । ଦମ୍ପତ୍ତି ସର୍ଲିନ ଚୋପ୍ରାଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାଖଲ କରିଛନ୍ତି  । ଏହାସହ ଉଭୟ ସର୍ଲିନଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

କହିରଖୁ କି କିଛିଦିନ ପୂର୍ବରୁ ସର୍ଲିନ ଚୋପ୍ରା ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ଶାରିରୀକ ଓ ମାନସିକ ଭାବେ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ  ଓ ଏହାସହ ମୁମ୍ବାଇ ପୋଲିସ ନିକଟରେ ବି ଅଭିଯୋଗ କରିଥିଲେ । ଏହାର ପ୍ରତିକ୍ରିୟାରେ ଏବେ ଶିଳ୍ପା ଓ ରାଜଙ୍କ ଓକିଲ ସର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଥିଲେ । ଏନେଇ ଓକିଲ ଓ ଦମ୍ପତ୍ତି ଅଫିସିଆଲ ଷ୍ଟେଟମେଣ୍ଟରେ କହିଛନ୍ତି କି, ସର୍ଲିନ ଚୋପ୍ରାଙ୍କ ଦ୍ୱାରା ଯେତେସବୁ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା , ଅଧାରହୀନ ଓ ତାହାର କୌଣସି ପ୍ରମାଣ ନାହିଁ ।

କହିରଖୁ କି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୋଗରେ ରାଜ କୁନ୍ଦ୍ରା ୨ ମାସ ଜେଲରେ ରହିଥିଲେ । ଏହାପରେ ସେପ୍ଟେମ୍ବର ୨୧ ତାରିଖରେ ରାଜ୍ ଜେଲରୁ ଜାମିନ ପାଇ ବାହାରକୁ ଆସିଛନ୍ତି । ଏହି ମାମଲାରେ ରାଜ କୁନ୍ଦ୍ରା ଫସିବା ପରେ ତାଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଅନେକ ଅସୁବିଧାର ସାମ୍ନା କରିଛନ୍ତି ।