ଶିଳ୍ପା କଲେ ସାହାଯ୍ୟ ! ଲାଇଭ୍ ଶୋ’ରେ ଅଭିନେତ୍ରୀ ନେଲେ କିଛି ଏଭଳି ନିଷ୍ପତ୍ତି ଦର୍ଶକ ଶୁଣି ବଜାଇଲେ ତାଳି । 

410

ରିୟାଲିଟି ସୋ’ ‘ସୁପର ଡ୍ୟାନସର’ର ସିଜିନ ୩ ଆରମ୍ଭ ହୋଇ ସାରିଥିବା ବେଳେ ସୋ’ର ଜଣେ ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତିଯୋଗୀ ତେଜସ ବର୍ମାଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ଜାଣି ସୋ’ର ଜଜ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତେଜସଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି କହିବା ପରେ ଏବେ ଶିଳ୍ପାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ।

ସୂଚନା ମୁତାବକ, ‘ସୁପର ଡ୍ୟାନସର-୩’ର ଫାଇନାଲ ଅଡିସନରେ ନିଜ ନୃତ୍ୟର ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ ପ୍ରତିଯୋଗୀ ତେଜସ ବର୍ମା । ତାଙ୍କ ନୃତ୍ୟରେ ଜଜ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, କୋରିଓଗ୍ରାଫର ଗୀତା କପୁର ଏବଂ ନିର୍ଦ୍ଦେଶକ ଅନୁରାଗ ବସୁ ଠିଆ ହୋଇ ତାଳି ମାରିବା ସହ ତାଙ୍କୁ ପ୍ରଶଂସା କରିଥିଲେ । ଏହା ପରେ ତେଜସଙ୍କ ପରିବାର ଲୋକେ ଷ୍ଟେଜ୍ ଉପରକୁ ଆସି ତେଜସଙ୍କ ଦୁଃଖ କାହାଣୀ ଜଣାଇଥିଲେ । ୯ବର୍ଷ ବୟସରେ ତେଜସ ନିଜର ଏବଂ ନିଜ ଭାଇର ସବୁ ଖର୍ଚ୍ଚ ଉଠାଉଥିବା ତେଜସଙ୍କ ମା’ କହିଥିଲେ । ଯାହା ଶୁଣି ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଭରି ଆସିଥିଲା ।

ଏହା ଶୁଣି ଶିଳ୍ପା ,”ତେଜସଙ୍କ ମଧ୍ୟରେ ଟ୍ୟାଲେଣ୍ଟ ରହିଛି । କିନ୍ତୁ ବେଳେ ଆର୍ଥିକ ଅବସ୍ଥା ଟ୍ୟାଲେଣ୍ଟକୁ ଆଗକୁ ବଢ଼ାଇବାରେ ବାଧକ ସାଜିଥାଏ” ବୋଲି କହିଥିଲେ । ଏହା ପରେ ସେ ତେଜସଙ୍କ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଜଣା ପଡ଼ିଛି ।