ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । କ୍ରାଇମବ୍ରାଞ୍ଚ ଜେରା ବେଳେ କାନ୍ଦି କାନ୍ଦି କହିଲେ ପରିବାରକୁ ବଦନାମ୍ କଲ, ହାତରୁ ଗଲା ଅନେକ ବିଜନେସ ଡିଲ୍ ।

1,672

କନକ ବ୍ୟୁରୋ : ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ହ୍ୱାଟ୍ସଆପ୍ ଚାଟ୍, ଫୋନ୍ ଏବଂ ଅନ୍ୟ ପ୍ରମାଣଗୁଡିକ ଧିରେ ଧିରେ ରାଜ କୁନ୍ଦ୍ରାଙ୍କ ଏହି ରହସ୍ୟ ଖୋଲିବାରେ ଲାଗିଛି । ସେପଟେ ପତ୍ନୀ ଶିଳ୍ପା ସେଟ୍ଟୀ ସ୍ୱାମୀଙ୍କ ଏହି କଳା କାରନାମାକୁ ନେଇ କ୍ରୋଧରେ ତାଙ୍କ ଉପରେ ବର୍ଷିଛନ୍ତି । ଶିଳ୍ପା କହିଛନ୍ତି ପରିବାରର ବଦନାମୀ କରିଦେଲେ ରାଜ କୁନ୍ଦ୍ରା ।

ସ୍ୱାମୀଙ୍କ ଉପରେ ବର୍ଷିଲେ ଶିଳ୍ପା । ‘ପରିବାରର ବଦନାମି କରିଦେଲେ ରାଜ’ । ରାଜ କୁନ୍ଦ୍ରାଙ୍କ ପାଇଁ ପରିବାରର ବଦନାମି ହୋଇଥିବା କହିଲେ ପତ୍ନୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା । ଗତ ୨୩ ତାରିଖରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚୁରା ବେଳେ ରାଜ କୁନ୍ଦ୍ରାଙ୍କ ଉପରେ ବର୍ଷିଛନ୍ତି ପତ୍ନୀ ଶିଳ୍ପା । ଯେତେବେଳେ କ୍ରାଇମବ୍ରାଂଚ ରାଜଙ୍କୁ ସାଙ୍ଗରେ ନେଇ ତାଙ୍କ ଘରେ ପହଞ୍ଚିଥିଲା, ସେତେବେଳେ ତାଙ୍କୁ ଦେଖି ରାଗରେ ଗର୍ଜି ଉଠିଥିଲେ ଶିଳ୍ପା । ଶିଳ୍ପା କହିଥିଲେ, ଏହି ମାମଲା ଆମ ପରିବାରକୁ ବଦନାମ କରିଦେଲା.. ଅନେକ ଏଣ୍ଡୋର୍ସମେଂଟ, ବିଜନେସ୍ ଡିଲ୍ ହାତରୁ ପଳେଇଲା.. ଏଭଳି କାମ କରିବା କ’ଣ ଜରୁରୀ ଥିଲା ?

ଅଭିନେତ୍ରୀ ଶିଳ୍ପାଙ୍କୁ ପ୍ରାୟ ୬ ଘଣ୍ଟା ଧରି ପଚରା ଉଚୁରା କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ତେବେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଅଶ୍ଳୀଳ ଭିଡିଓ ମାମଲାରେ ଶିଳ୍ପାଙ୍କର ନାହିଁ କୌଣସି ହାତ । ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଭାଙ୍ଗି ପଡିଥିଲେ, ଆଉ ଜେରାବେଳେ ତାଙ୍କୁ ଦେଖିବା ମାତ୍ରେ ନିଜର ସବୁ ରାଗ ବାହାର କରିଥିଲେ । କେବଳ ସେତିକି ନୁହେଁ ରାଜ କୁନ୍ଦ୍ରାଙ୍କୁ ଗାଳି ଦେବା ସହ ଜୋର ଜୋରରେ କାନ୍ଦିଥିଲେ ଶିଳ୍ପା ।

ସେପଟେ ଏହି ମାମଲାରେ ମଙ୍ଗଳବାର ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମଙ୍ଗଳବାର ମାମଲାର ଶୁଣାଣି କରି ମୁମ୍ବାଇର କିଲ୍ଲା କୋର୍ଟ କୁନ୍ଦ୍ରାଙ୍କୁ ଜେଲ ପଠାଇଛନ୍ତି । ରାଜ କୁନ୍ଦ୍ରାଙ୍କ ଓକିଲ ତାଙ୍କର ଜାମିନ ଆବେଦନ କରିଥିଲେ । ଯାହାକୁ ଖାରଜ କରିଛନ୍ତି କୋର୍ଟ । ଅଶ୍ଳୀଳ ଫିଲ୍ମ ବ୍ୟବସାୟ ମାମଲାରେ ଗିରଫ ହେବା ପରେ ରାଜଙ୍କୁ ପ୍ରଥମେ ୨୩ ତାରିଖ ଓ ପରେ ୨୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିଥିଲା ମୁମ୍ବାଇ ପୁଲିସ । ବିଭିନ୍ନ ଆପରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିତରଣ ଅଭିଯୋଗରେ ଜୁଲାଇ ୧୯ରେ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ।