ସୋସିଆଲ ମିଡିଆ ପୋଷ୍ଟ ପରେ ବଢୁଛି ଚର୍ଚ୍ଚା । ଶିଳ୍ପା ସେଟ୍ଟୀଙ୍କୁ ଛାଡପତ୍ର ଦେଇପାରନ୍ତି ରାଜକୁନ୍ଦ୍ରା !

6,680

କନକ ବ୍ୟୁରୋ : ରାଜ କୁନ୍ଦ୍ରାଙ୍କର ସୋସିଆଲ ମିଡିଆରେ ଟୁଇଟ୍ ଦେଖି ଆର୍ଶଯ୍ୟ ହୋଯାଇଛନ୍ତି ଲୋକ । ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମାଧ୍ୟମରେ କୁନ୍ଦ୍ରା କହିଛନ୍ତି ଆମେ ଦୁହେଁ ଅଲଗା ହେବାକୁ ଯାଉଛୁ, ଦୟା କରି ଆମ ଦୁଇଜଣଙ୍କୁ କିଛି ସମୟ ଦିଅନ୍ତୁ । ଏହିଭଳି ଟୁଇଟ୍ ଦେଖି ଲୋକମାନେ ଭାବୁଛନ୍ତି ଶିଲ୍ପା ଓ ରାଜ କୁନ୍ଦ୍ରାଙ୍କର ବିହାହ ସଂର୍ପକରେ ଫାଟ ସୃଷ୍ଟି ହୋଇଛି ।

ଦୁହିଁଙ୍କର ସୁନ୍ଦର ଯୋଡି ବିଷୟରେ ବୁଲିଉଡରେ ସବୁବେଳେ ଚର୍ଚ୍ଚା ଚାଲେ । ଦୁହେଁ ଦୁହିଁଙ୍କର କଠିନ ସମୟରେ ଏକା ସାଥିରେ ଛିଡା ହୋଇଥାନ୍ତି । ଦୁହେଁ ଦୁହିଁଙ୍କୁ ସବୁ ପରିସ୍ଥିତିରେ ସମର୍ଥନ କରନ୍ତି । ଏହା ସମସ୍ତେ ନିଜ ଆଖିରେ ଦେଖିଛନ୍ତି । ରାଜ କୁନ୍ଦ୍ରା ଜେଲ ଯିବା ସମୟରେ ଶିଲ୍ପା ସେଟ୍ଟୀ ବହୁତ ଖରାପ ସମୟ ଦେଇ ଗତି କରୁଥିଲେ । ଏବଂ କେଉଁ ଭଳି ରାଜ କୁନ୍ଦ୍ରାଙ୍କ ପାଇଁ ସେ ଅନେକ ସ୍ଥାନକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ତାହା ସାରା ଭାରତ ଦେଖିଛି । ଏବେ କୁନ୍ଦ୍ରାଙ୍କର ନିଜ ଜୀବନୀ ଆଧାରିତ ୟୁଟି୬୯ ଚଳଚିତ୍ର ବି ଆସିବାକୁ ଯାଉଛି । କିନ୍ତୁ ଏବେ ଏହିଭଳି ରାଜ କୁନ୍ଦ୍ରାଙ୍କ ଟୁଇଟ୍ ଦେଖି ଲାଗୁଛି ଦୁହେଁ ଦୁହିଁଙ୍କ ବିହାହ ସଂର୍ପକକୁ ଶେଷ କରିବାକୁ ଯାଉଛନ୍ତି  । କିନ୍ତୁ ଏଥିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ଜଣା ପଡିନାହିଁ ।

ତେବେ ରାଜଙ୍କର ଏହି ଟୁଇଟ୍ ସୋସିଆଲ ମିଡିଆ ୟୁର୍ଜସଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କୋଣ ସତରେ ଶିଲ୍ପା ଓ ରାଜ ମଧ୍ୟରେ ସଂର୍ପକ ସରିଗଲା ନା କିମ୍ବା ଏହା ଏକ ମଜାକ୍ ଥିଲ । ତେବେ ଆଉକିଛି ସୋସିଆଲ ମିଡିଆ ୟୁର୍ଜସ ଏହିପରି ଟୁଇଟ୍ କୌଣସି ଚଳଚିତ୍ରର ପ୍ରମୋସନ୍ ପାଇଁ ହୋଇଥାଇପାରେ ବୋଲି ଆକଳନ କରୁଛନ୍ତି ।