ବଲିଉଡ ଜଗତରେ ହଟ୍ ନାୟିକା ଭାବରେ ପରିଚିୟ ସୃଷ୍ଟି କରିଥିବା ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ପତି ରାଜ କୁନ୍ଦ୍ରା ଏବେ ଦେବାଳିଆ ଅବସ୍ଥାରେ । ଆଉ ଯାହାର ପ୍ରଭାବ ପଡିଛି ତାଙ୍କ କଂପାନୀ ଉପରେ । ଅର୍ଥାତ୍ ଏଥିପାଇଁ ଦୁଇ ମାସ ହେଲା କଂପାନୀର କର୍ମଚାରୀମାନେ ଦରମା ପାଇ ନାହାଁନ୍ତି । ଖିଲି ସେତିକି ନୁହେଁ କଂପାନୀର ସିଇଓ ପଦବୀରୁ ମଧ୍ୟ ରାଜ କୁନ୍ଦ୍ରା ଇସ୍ତଫା ଦେଇ ଦେଇଛନ୍ତି ।
ସୂଚନା ଅନୁସାରେ, ଉଭୟ ଶିଳ୍ପା ଓ ତାଙ୍କ ପତି ରାଜ ମିଶି ଏକ ଅନଲାଇନ୍ ସପିଂ ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ବିମୁଦ୍ରାକରଣ କାରଣରୁ ଏହାର ପ୍ରଭାବ ତାଙ୍କ ବ୍ୟବସାୟ ଉପରେ ପଡିଥିଲା । କଂପାନୀରେ ଏପରି ଅଚଳାବସ୍ଥା ଦେଖା ଗଲା ଯେ, କର୍ମଚାରୀମାନଙ୍କୁ ଦୁଇ ମାସ ହେଲା ଦରମା ଦେବାକୁ ଅସମର୍ଥ ହୋଇପଡିଛନ୍ତି ଶିଳ୍ପା ଏବଂ ରାଜ । । ଫଳରେ ବାଧ୍ୟ ହୋଇ ତାଙ୍କୁ ଏହି ବ୍ୟବସାୟଟିକୁ ବନ୍ଦ କରିବାକୁ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Shilpa-Shetty-800x423.jpg)